vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ପାଟକୁରା ଭୋଟ୍ ଗଣତି : ଦ୍ବିତୀୟ ରାଉଣ୍ଡରେ ବିଜେଡି ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ବାଲ ଆଗୁଆ

24/07/2019 at 9:08 AM

କେନ୍ଦ୍ରାପଡା ୨୪|୭: ଆଜି ଆସିବ ପାଟକୁରା ନିର୍ବାଚନ ଫଳାଫଳ । କେନ୍ଦ୍ରାପଡା କଲେଜର କାଉଣ୍ଟିଂ ସେଣ୍ଟର ଚାଲିଛି ଗଣତି । ପୋଷ୍ଟାଲ ଭୋଟ୍ ଗଣତି ସରିଛି । ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ରହିଥିବା ବେଳେ ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଛି । ପ୍ରଥମ ରାଉଣ୍ଡରେ ବିଜେଡିକୁ ୬,୭୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଥିଲା । ସେହିପରି ଦ୍ବିତୀୟ ରାଉଣ୍ଡରେ ୫,୭୩୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫୨୪୦ ଖଣ୍ଡ ଭୋଟ୍ ମିଳିଛି ।

ଭୋଟ୍ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗଣତିରେ ୨ ଶହ କର୍ମଚାରୀ ନିଯୁକ୍ତ ହୋଇଥିବାବେଳେ ୧୮ ରାଉଣ୍ଡରେ ଭୋଟ୍ ଗଣତି କରାଯିବ । ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨ ଜଣ ଆଡିସନାଲ ଏସପି, ୧୨ ଜଣ ଆଇଆଇସି, ୨୦ ଜଣ ସବଇନିସପେକ୍ଟର, ସହ ୧୨ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ୍ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ ।

ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ହୋଇଥିବା ମତଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ମୋଟ୍ ୧୦ ଜଣ ପ୍ରତିଦ୍ୱନ୍ଦ୍ବିତା କରିଛନ୍ତି।

   Related Posts