ପାଟକୁରା ଭୋଟ୍ ଗଣତି : ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ

Published By : Prameya-News7 Bureau | July 24, 2019 IST

କେନ୍ଦ୍ରାପଡା ୨୪|୭: ଆଜି ଆସିବ ପାଟକୁରା ନିର୍ବାଚନ ଫଳାଫଳ । କେନ୍ଦ୍ରାପଡା କଲେଜର କାଉଣ୍ଟିଂ ସେଣ୍ଟର ଚାଲିଛି ଗଣତି । ପ୍ରଥମ ପର୍ଯ୍ୟାୟ ଗଣତି ଆରମ୍ଭ ହୋଇସାରିଛି । ପୋଷ୍ଟାଲ ଭୋଟ୍ ଗଣତି ସରିଥିବା ବେଳେ ପ୍ରଥମ ରାଉଣ୍ଡରେ ବିଜେଡି ଆଗୁଆ ରହିଛି । ବିଜେଡିକୁ ୬,୭୩୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୩,୮୦୮ ଖଣ୍ଡ ଭୋଟ୍ ମିଳିଛି ।

{"id":136698}

ଭୋଟ୍ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଗଣତିରେ ୨ ଶହ କର୍ମଚାରୀ ନିଯୁକ୍ତ ହୋଇଥିବାବେଳେ ୧୮ ରାଉଣ୍ଡରେ ଭୋଟ୍ ଗଣତି କରାଯିବ । ଏଥିପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ୨ ଜଣ ଆଡିସନାଲ ଏସପି, ୧୨ ଜଣ ଆଇଆଇସି, ୨୦ ଜଣ ସବଇନିସପେକ୍ଟର, ସହ ୧୨ ପ୍ଲାଟୁନ ଫୋର୍ସ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ୍ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ ।

{"id":136710}

ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ହୋଇଥିବା ମତଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ମୋଟ୍ ୧୦ ଜଣ ପ୍ରତିଦ୍ୱନ୍ଦ୍ବିତା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.