ଖୁବ ଶୀଘ୍ର ଘୋଷଣା ହେବ ପାଟକୁରା ନିର୍ବାଚନ ତାରିଖ : ଦିଲ୍ଲୀରେ ବିଜେପିର ହେଭିୱେଟ ନେତାଙ୍କୁ ସାକ୍ଷାତ କରିଛନ୍ତି ବିଜୟ ମହାପାତ୍ର
3/06/2019 at 9:09 AM

ପାଟକୁରା ୩/୬ : ସରଗରମ ହୋଇଉଠିଛି ପାଠକୁରାର ରାଜନୀତି । ପାଟକୁରା ବିଧାନସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା ହୋଇପାରେ । ଆସନ୍ତା ସପ୍ତାହେ ପରେ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏନେଇ ନିର୍ବାଚନ କମିଶନ ଏକ ରିପୋର୍ଟ ମାଗିଛନ୍ତି । ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଗତକାଲି ଦିଲ୍ଲୀରେ ହେଭିୱେଟ ବିଜେପି ନେତାମାନଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ ।

ପାଟକୁରା ବିଜେଡି ପ୍ରାର୍ଥୀ ବେଡ଼ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପରେ ପାଟକୁରା ନିର୍ବାଚନ ମେ ୧୯ ତାରିଖରେ ହେବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ବାତ୍ୟା ଫନିର ବିଭୀଷିକା ପରେ ନିର୍ବାଚନ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ ନିର୍ବାଚନ କମିଶନ । ଜୁଲାଇ ୧୯ ତାରିଖ ସୁଦ୍ଧା ପାଟକୁରା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ।