ନିର୍ବାଚନ ତାରିଖ ଘୋଷଣା ପରେ ଉତ୍ସାହିତ ପାଟକୁରା ଭୋଟର: ୩୦୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରିବେ ୨ଲକ୍ଷ ୪୪ ହଜାର ୭୪୭ ଜଣ ଭୋଟର
5/07/2019 at 4:09 PM

କେନ୍ଦ୍ରାପଡା୫|୭: ଜୁଲାଇ ୨୦ ତାରିଖରେ ନିଜ ପ୍ରତିନଧି ବାଛିବେ ପାଟକୁରା ଭୋଟର। ନିର୍ବ।ଚନ ତାରିଖ ଘୋଷଣା ହେବା ପରେ ଏବେ ଭୋଟରଙ୍କ ଭିତରେ ନାହିଁ ନଥିବା ଉତ୍ସାହ। ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଧାନସଭାକୁ ପଠାଇବା ପାଇଁ ଭୋଟରଙ୍କ ମଧ୍ୟରେ ରହିଛି ବେଶ୍ ଉତ୍କଣ୍ଠା। ଆସନ୍ତୁ ଦେଖିବା ପାଟକୁରା ଅଂଚଳରେ କେମିତି ରହିଛି ନିର୍ବ।ଚନୀ ପରିବେଶ।

ବାଜିଲା ରଣଦୁନ୍ଦୁଭି। ମଇଦାନରେ ହେବ ଲଢେଇ। ବହୁ ଚର୍ଚିତ ପାଟକୁରା ଆସନରେ ହେବ ନିର୍ବ।ଚନ। ତାରିଖ ଘୋଷଣା ପରେ ପ୍ରାର୍ଥୀଙ୍କ ମଧ୍ୟରେ ଯେତିକି ଉତ୍ସାହ ଓ ଉତ୍କଣ୍ଠା ରହିଛି ତାଠାରୁ କତେ ଗୁଣ ଅଧିକ ଉତ୍ସାହିତ ହୋଇ ପଡିଛନ୍ତି ଭୋଟର। ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଧାନସଭାକୁ ପଠାଇବା ପାଇଁ ପାଟକୁରା ଭୋଟର ଏବେ ପୂରା ତୟାର୍। ତବେ ଭୋଟ ପୂର୍ବରୁ ବିଜେଡି ପ୍ରାର୍ଥୀଙ୍କ ମୃତୁୟ ଏବଂ ପରେ ପରେ ଫନି ବାତ୍ୟା ଯୋଗୁଁ ପ୍ରାୟ ୨ ମାସ ନିର୍ବ।ଚନ ଘୁଂଚି ଯାଇଥିଲା।

ଫଳରେ ପୂର୍ବରୁ ଥିବା ଭୋଟରମାନଙ୍କ ଉତ୍ସାହରେ ସତେ ଯେମିତି ଭଟ୍ଟା ପଡି ଯାଇଥିଲା। ପୁର୍ନବାର ତାରିଖ ଘୋଷଣା ପେର ଚଳଚଚଂଳ ହୋଇ ପଡିଛି ସମଗ୍ର ପାଟକୁରା ନିର୍ବ।ଚନମଣ୍ଡଳୀ। ନିର୍ବ।ଚନକୁ ନେଇ ଚା’ଖଟି ରୁ ବଜାର ଘାଟ ସବୁ ଆଡେ ଚର୍ଚ।। କିଏ ଜିତିବ, କିଏ ହାରିବ, କହା ମୁଣ୍ଡରେ ହାତୀ ସୁନାକଳସ ଢାଳିବ ଏ ନେଇ ଏବେ ଆଲୋଚନାରେ ପୂର୍ଣ୍ଣଛେଦ ପଡୁନି।

ପାଟକୁରାର ବିଧାନସଭା ଆସନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ହେବ ମୁହଁ। ମୁହିଁ ଲଢେଇ। ତବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧ।ରଣ କରିବେ୨ ଲକ୍ଷ ୪୪ ହଜାର ୭୪୭ ଜଣ ଭୋଟର। ଏଥିପାଇଁ ୩୦୯ ଗୋଟି ବୁଥ୍ ରେ ଭୋଟଗ୍ରହଣ କରାଯିବ। ଏହି ନିର୍ବ।ଚନମଣ୍ଡଳୀ ଅଧିନରେ ଥିବା ଡେରାବିଶ, ଗରଦପୁର ଓ ମାର୍ଶ।ଘାଇ ବ୍ଲକ୍ ର ଭୋଟର ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇସାରିଲେଣି।

ତବେ ଯୋଗ୍ୟ ପ୍ରାର୍ଥୀ ବାଛିବା ହିଁ ଏବେ ଭୋଟରଙ୍କର ଏକମାତ୍ର ଲକ୍ଷ୍ୟ। ଅନ୍ୟପକ୍ଷରେ ପାଟକୁରା ଅଂଚଳର ବିକାଶ କରିବା ସହିତ ସାଧାରଣ ଲୋକମାନଙ୍କ ସମସ୍ୟାର ସମାଧାନ କରି ପାରୁଥିବା ପ୍ରାର୍ଥୀ ହିଁ ଭୋଟ ପାଇ ବିଧାନସଭାକୁ ଯିବ ବୋଲି ଭୋଟର ମତ ପ୍ରକାଶ କରିଛନ୍ତି।

ମତଦାନ ପାଇଁ ଭୋଟର ପ୍ରସ୍ତୁତ ହୋଇ ସାରିଥିବା ବଳେ ନିର୍ବ।ଚନକୁ ନିରପେକ୍ଷ ଓ ଅବାଧ କରିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ଜୋରଦାର ଉଦ୍ୟମ ଚଳାଇଛି।