ସାଙ୍ଘାତିକ ଅଭିଯୋଗ : ରୋଗୀଙ୍କୁ ଦିଆଗଲା ୨୦୨୨ରୁ ଏକ୍ସପାଏରୀ କଫ୍ ସିରପ୍ !
29/09/2023 at 6:19 PM

ବଲାଙ୍ଗୀର ୨୯।୯: ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦେଇଥିବା ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ରୋଗୀଙ୍କୁ ଏକ୍ସପାଏରୀ ହୋଇଥିବା କଫ୍ ସିରପ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ନେଇ ବଲାଙ୍ଗୀର ସିଡିଏମ୍ଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ରୋଗୀ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଦେଓଗାଁ ବ୍ଲକ୍ ଫଟାମୁଣ୍ଡାର ମଘନ ରାଏ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମେଡିକାଲରେ ତାଙ୍କୁ ଏକ୍ସପାଏରୀ ହୋଇଥିବା କଫ୍ ସିରପ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ତେବେ ସିରପ୍ଟି ୨୦୨୨ ମସିହାରୁ ଏକ୍ସପାଏରୀ ହୋଇଥିବା ସିରପ୍ ପିଇ ସେ ଅଧିକ ଅସୁସ୍ଥ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକ । ତେବେ ଏନେଇ ବଲାଙ୍ଗୀର ସିଡିଏମ୍ଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
You Can Read :
Related Posts
ବିଜୟ ଶଙ୍କରଙ୍କ ଆବେଦନ ଖାରଜ, ବିବାହ କରି ପାରିବେନି ଯୁବ ବିଧାୟକ
5 December 2023
ରାଜ୍ୟ କ୍ୟାବିନେଟ୍ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର
5 December 2023