କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ରୋଗୀଙ୍କୁ ଅପରେସନ,ଗୁରୁତର ହେବାରୁ କଟକ ସ୍ଥାନାନ୍ତର

Published By : Prameya-News7 Bureau | October 07, 2018 IST

କେନ୍ଦୁଝର;୦୭/୧୦- ମୋବାଇଲ ଲାଇଟରେ ଅପେରସନ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋବାଇଲ ଲାଇଟରେ ଜଣେ ରୋଗୀଙ୍କୁ ଅପରେସନ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। । ବଡ଼ବିଲ ଅଂଚଳର ଜଣେ ମହିଳାଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ କରି ତାଙ୍କ ତଣ୍ଟି କାଟି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ ବଡ଼ବିଲ ଡାକ୍ତଖାନା ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ମେଡିକାଲରେ ବିଦ୍ୟୁତ କଟି ଯାଇଥିବାରୁ ଡାକ୍ତର ବାଧ୍ୟ ହୋଇ ମୋବାଇଲ ଟର୍ଚ୍ଚରେ ତାଙ୍କର ଅପରେସନ କରିଥିଲେ । ପରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.