ବାଟରେ ଖରାପ ହୋଇଗଲା ଆମ୍ବୁଲାନ୍ସ : ଫସିଗଲେ ରୋଗୀ, ତାତିଲେ ଲୋକେ

Published By : Prameya-News7 Bureau | December 07, 2019 IST

ଚାନ୍ଦବାଲି ୭।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ମହୁଲିଆ ପଂଚାୟତର ବିନୋଦ ସାହୁ ଘରୋଇ କଳହକୁ କେନ୍ଦ୍ରକରି ବିଷ ପିଇ ଗୁରୁତର ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

{"id":194927,"sizeSlug":"large"}

୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ରୋଗୀଙ୍କ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେବାବେଳେ ଚାନ୍ଦବାଲି ବଜାରରେ ଆମ୍ବୁଲାନ୍ସଟି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଘଣ୍ଟାଏ ଧରିରୋଗୀ ସେହି ଘରୋଇ ଆମ୍ବୁଲାନ୍ସରେ ମୃତ୍ୟୁ ସହ ସଂଘର୍ଷ କରିଥିଲେ ।

{"id":194928,"sizeSlug":"large"}

ସ୍ଥାନୀୟଲୋକ ଆମ୍ବୁଲାନ୍ସଟିକୁ ରାସ୍ତା ଉପରେ ଧକ୍କା ଦେଇଥିଲେ ମାତ୍ର ତାହା ଚାଲି ନଥିଲା । ଫଳରେ ରୋଗୀଙ୍କ ଅବସ୍ଥା ବେହାଲ ହେବା ସହ ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ବିକଳ୍ପ ନହେବାରୁ ଲୋକମାନେ ତାତିଥିଲେ । ପରେ ଏକ ଘଂଟା ବିଳମ୍ବରେ ୧୦୮ ଆମ୍ବୁଲାନ୍ସ ଗାଡି ପହଁଚିବା ପରେ ଆମ୍ବୁଲାନ୍ସରେ ଫସିଥିବା ରୋଗୀଙ୍କୁ ଉଦ୍ଧାର କରି ଭଦ୍ରକ ସ୍ଥାନାନ୍ତର କରାଯାଇଥିଲା । ଘରୋଇ ଆମ୍ବୁଲାନ୍ସଟି ଠିକ୍ ନଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.