ଲଘୁଚାପ ବର୍ଷାରେ ହସ୍ପିଟାଲରେ ପଶିଲା ପାଣି: ସେବା ବ୍ୟାଘାତ, ରୋଗୀ ହନ୍ତସନ୍ତ

Published By : Prameya-News7 Bureau | October 03, 2023 IST

ଜଳେଶ୍ୱର ୦୩/୧୦: ଠିକାଦାରଙ୍କ ମନୋମୁଖି ପାଇଁ ଲଘୁଚାପ ବର୍ଷାରେ ହସ୍ପିଟାଲ ମଧ୍ୟରେ ପଶିଲା ବର୍ଷା ପାଣି । ବେହାଲ ଡାକ୍ତର ଖାନା । ରୋଗୀସେବା ବ୍ୟାଘାତ । ରୋଗୀ ହନ୍ତସନ୍ତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ସୋମବାର ଠାରୁ ସନ୍ଧ୍ୟା ସମୟରୁ ଲଘୁ ଚାପ ବର୍ଷା ଲାଗିରହିଛି । ଜଳେଶ୍ୱର ନୂଆବଜାର ଠାରେ ରାସ୍ତାର ସମ୍ପ୍ରସାରଣ ପାଇଁ ଠିକାଦାରର ପାଣି ନିଷ୍କାସନ ପାଇଁ ଥିବା ଡ୍ରେନକୁ ପୋତି ଦେଇଥିବାରୁ ଆଜି ବର୍ଷା ପାଣି ଜଳେଶ୍ୱର ଜିକେ ଭଟ୍ଟର ହାପିଟାଲ ମଧ୍ୟରେ ପଶି ଯାଇଥିଲା ।

ମେଡ଼ିସିନ ୱାର୍ଡ, ଲାବରୋଟରୀ, ଆଉଟଡୋର, ଫିମେଲୱାର୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରୁଥିବାର ଦେଖିବାକୁ ମିଳିଛି । ବର୍ଷା ପାଣି ହସ୍ପିଟାଲ ମଧ୍ୟରେ ପଶିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ସକାଳ ସମୟରେ ଡାକ୍ତରକୁ ଦେଖିବାକୁ ଆସିଥିବା ରୋଗୀ ମାନେ ରୋଗୀ ନ ଥିବାରୁ ଫେରି ଯାଉଥିବା ଦେଖିବାକୁ ମିଳିଛି ।

you can also read...

wp:embed {"url":"https://www.prameyanews7.com/passenger-bus-hang-on-the-bridge/","type":"wp-embed","providerNameSlug":"prameya-news-7"}
https://www.prameyanews7.com/passenger-bus-hang-on-the-bridge/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.