ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବିପର୍ଯ୍ୟସ୍ତ
Published By : Prameya-News7 Bureau | August 19, 2018 IST
ବରଗଡ଼ ୧୯/୮ : ବରଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ନାହଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ରକ୍ତ ଓ ବିଭିନ୍ନ ପରୀକ୍ଷା ପାଇଁ ଦୀର୍ଘ ସମୟ ଧରି ଲମ୍ବା ଧାଡି ବାନ୍ଧିବା ସହ ରିପୋର୍ଟ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି | ରୋଗୀମାନଙ୍କୁ ରିପୋର୍ଟ ପାଇଲା ବେଳକୁ ଡାକ୍ତରଙ୍କ ଛୁଟି ହୋଇଯାଉଛି । ଯାହାକୁ ନେଇ ରୋଗୀମାନଙ୍କୁ ପୁନର୍ବ।ର ଖର୍ଚ୍ଚାନ୍ତ ହୋଇ ଡାକ୍ତରଖାନାକୁ ଆଉଥରେ ଆସିବାକୁ ପଡୁଛି । କିନ୍ତୁ ସବୁ ଠିକ ଥାଇ ବିଭାଗୀୟ କର୍ତୃପକ୍ଷ ବିଳମ୍ବରେ ପାରୀକ୍ଷାଗାର ଖୋଲିବାକୁ ନେଇ ରୋଗୀମାନଙ୍କ ମନରେ ଦେଖାଦେଇଛି ଅସନ୍ତୋଷ । ନିର୍ଦ୍ଧ।ରିତ ସମୟ ସକାଳ୭ ଟା ହୋଇଥିବା ବେଳେ ରୋଗୀମାନେ ଖାଲି ପେଟରେ ଆସି ରକ୍ତ ଓ ବିଭିନ୍ନ ପରୀକ୍ଷା ପାଇଁ ପରୀକ୍ଷାଗାର ସମ୍ମୁଖରେ ଧାଡି ବାନ୍ଧି ଠିଆ ହୋଇ ରହୁଛନ୍ତି କିନ୍ତୁ ରକ୍ତ, ମଳ ଓ ମୂତ୍ର ପରୀକ୍ଷାଗାର ଦିନ ୮ ଟାରୁ ୮.୩୦ ସମୟରେ ଖୋଳାଯାଉଛି | ଯାହାକୁ ନେଇ ରୋଗୀ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ସକାଳେ ନିଉଜ ସଭେନ ଟିମ ପହଁଚିବା ଖବର ପାଇ ଏକ ଘଂଟା ବିଳମ୍ବରେ ପହଂଚି ପରୀକ୍ଷାଗାରକୁ ଖୋଲାଯାଇଥିଲା, ଯାହାକୁ ନେଇ ରୋଗୀ ହଇରାଣ ହେବା ସହ ପରିକ୍ଷାକେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଦାୟିତ୍ୱ ହିନତାକୁ ସ୍ବୀକାର କରିଛନ୍ତି ବିଭାଗୀୟ କର୍ମଚାରୀ। ଏବଂ ଅନ୍ୟ ପକ୍ଷରେ ଆଗକୁ ଯେପରି ବିଳମ୍ବ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ସି.ଡି.ଏମ.ଓ କହିଛନ୍ତି ।