ଫାର୍ମାସିଷ୍ଟଙ୍କ ଭୁଲ୍ ଇଞ୍ଜେକସନ୍ ପାଇଁ ରୋଗୀଙ୍କ ମୃତ୍ୟୁ !
1/03/2020 at 2:52 PM

ଡେଲାଙ୍ଗ ୧।୩ : ଫାର୍ମାସିଷ୍ଟଙ୍କ ଭୁଲ୍ ଇଞ୍ଜେକସନ୍ ପାଇଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରତାପଡା ଗାଁର କବୀନ୍ଦ୍ର ବେହେରା ଚିକିତ୍ସା ପାଇଁ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ସେଠାରେ ଫାର୍ମାସିଷ୍ଟ ଇଞ୍ଜେକସନ୍ ଦେବା ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଫାର୍ମାସିଷ୍ଟ ପରୀକ୍ଷା ନକରି ଇଞ୍ଜେକସନ ଦେଇଥିବା ଅଭିଯୋଗ ହୋଇଛି ।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023