ରାଇରଙ୍ଗପୁର ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ଚିକିତ୍ସାଧୀନ ରୋଗୀର ମୃତ
30/09/2018 at 9:44 AM

ମୟୁରଭଞ୍ଜ ୩୦|୯: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ଚିକିତ୍ସାଧୀନ ରୋଗୀର ମୃତ୍ୟୁ ହୋଇଛି । ମୃତକ ହେଲେ ଗୋରୁମହିଷାଣି ଥାନା ଜାମବଣି ଗାଁ ନୂଆପଡା ସାହିର ସୁରେଶ ବେହେରା। ସେ ଦୁଇ ଦିନ ତଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ରାତିରେ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ଅକ୍ସିଜେନ ଦେବା ଜରୁରୀ ହୋଇପଡିଥିଲା। କିନ୍ତୁ ଉପଖଣ୍ଡ ଡାକ୍ତରଖାନାରେ ଅକ୍ସିଜେନ ସରିଯାଇଥିବାରୁ ତାଙ୍କୁ ଦିଆଯାଇପାରିନଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ମୃତକଙ୍କ ପରିବାର ଲୋକେ ଅଭିଯୋଗ କରି ଡାକ୍ତରଖାନାରେ ତୁମୁଳକାଣ୍ଡ କରିଥିଲେ। ପୋଲିସ ଆସି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କଲାପରେ ପରିସ୍ଥିତ ଶାନ୍ତ ହୋଇଥିଲା । ହେଲେ ମେଡିକାଲ ପରିସରରର ଉତ୍ତେଜନା ଲାଗିରହିଛି ।