ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : ଭାରରେ ବୁହାହେଲେ ରୋଗୀ

Published By : Prameya-News7 Bureau | October 29, 2019 IST

କଳାହାଣ୍ଡି ୨୯।୧୦: କଳାହାଣ୍ଡି ଜିଲ୍ଲାରେ ପୁଣି ସ୍ବାସ୍ଥ୍ୟ ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆସିଛି । ସରକାର ଗରିବ ଲୋକଙ୍କ ପାଇଁ ନାନାଦି ଯୋଜନାମାନ କରୁଥିଲେ ମଧ୍ୟ ଏବେବି ଅବହେଳିତ ଅବସ୍ଥାରେ ରହିଛନ୍ତି ଲୋକ । ପୁଣି କଳାହାଣ୍ଡି ଜିଲ୍ଲା ରୋଗୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ରାସ୍ତା ନଥିବା ଯୋଗୁଁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ୬ କି.ମି. ପର୍ଯ୍ୟନ୍ତ ଭାରରେ ବୁହାହେଲେ ରୋଗୀ ।

{"id":176233}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ସ୍ଥାନୀୟ ଅଞ୍ଚଳର ସୁରତୀ ନାଏକଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲକୁ ନେବାପାଇଁ ଚାହିଁଥିଲେ ପରିବାରଲୋକ । ତେବେ ବ୍ଲକ୍ ର ବାଡାପଦରଠାରୁ ମାର୍ଚାଯୋର ପର୍ଯ୍ୟନ୍ତ ରାସ୍ତା ନଥିବାରୁ ପରିବାରଲୋକେ ୬ କି.ମି. ବାଟ ରୋଗୀଙ୍କୁ ଭାରରେ ବୋହିନେଇଥିଲେ । ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ନେଇ ମଦନପୁର ରାମପୁର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.