ଆସିଲାନି ଆମ୍ବୁଲାନ୍ସ ; ଖଟିଆରେ ବୁହା ହେଲେ ରୋଗୀ

Published By : Prameya-News7 Bureau | January 12, 2019 IST

କନ୍ଧମାଳ ୧୨|୧:  ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ । ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଦାରିଙ୍ଗିବାଡି ତିଲୋରି ଗ୍ରାମପଞ୍ଚାୟତ ଡଡିକିଲୁ ଗାଁରେ । ଗାଁ ନିକଟରେ ଯାଇଥିବା ଖରସ୍ରୋତା ମାଡମଗିପଟା ନଦୀ ଉପରେ ପୋଲ ନଥିବାରୁ ୫ ଖଣ୍ଡ ଗାଁ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।  ଗାଁର ଗୋପୀନାଥ ପ୍ରଧାନ ହଠାତ ଅସୁସ୍ଥ ହୋଇପଡିଥିଲେ । ତେବେ ନଦୀ ବଢି ଯୋଗୁଁ ମେଡିକାଲକୁ ଅଣାଯାଇପାରିନଥିଲା । ଗତକାଲି ଦେହ ଅଧିକ ଖରାପ ହେବାରୁ ଗାଁ ଲୋକ ମିଶି ତାଙ୍କୁ ୩ କିଲୋମିଟର ଖଟିଆରେ ଆଣିବା ପରେ ଏକ ଅଟୋରେ ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଗାଁକୁ ରାସ୍ତା ଓ ପୋଲ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ପ୍ରଶାସନ ଏନେଇ କିଛି ପଦକ୍ଷେପ ନନେଲେ ଆଗାମୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.