ଧର୍ମଗଡ ୨୫।୯: କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ଜୀବନ ଧାରଣ, ଉପଯୁକ୍ତ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ପ୍ରତି ବର୍ଷ ହଜାର ହଜାର ଟଙ୍କା ବ୍ୟୟ ବରାଦ ପାଇଁ ବଜେଟ୍ କରୁଛନ୍ତି । ଏହି ଦିଗରେ କଳାହାଣ୍ଡି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ତାଲିକାଭୁକ୍ତ କରି ଅପହଞ୍ଚ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପାଇଁ ବିଶେଷ ଭାବେ ଗୁରୁତ୍ୱ ଦେଉଥିବା କହୁଛନ୍ତି । ହେଲେ ଆଜି ବି ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । କଳାହାଣ୍ଡି ଜିଲ୍ଲାର ପାହାଡିଆ ଓ ବିଚ୍ଛିନ୍ନାଞ୍ଚଳରେ ବର୍ତ୍ତମାନ ବି ରାସ୍ତାଘାଟ, ବ୍ରିଜର ସୁବିଧା ନଥିବାରୁ ଭରା ନଦୀରେ ବିପଦ ସଙ୍କୁଳ ଭାବେ ଖଟିଆରେ ବୁହାହେବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି l
ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଆସିଛି କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକର ତଳଝାପି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ରାଣୀପଦର ଗ୍ରାମରୁ । ରାଣୀପଦର ଗାଁର ମହିଳା ସୁନ୍ଦର ମାଝୀଙ୍କୁ ଝାଡ଼ାବାନ୍ତି ହୋଇ ଗୁରୁତର ହୋଇଥିଲେ । ଆମ୍ବୁଲାନ୍ସକୁ ଡକାଯାଇଥିଲା କିନ୍ତୁ ଗାଁ ରାସ୍ତାରେ ଏକ ନଦୀ ରହିଛି ଏବଂ ବ୍ରିଜ ନଥିବା ଯୋଗୁଁ ଆମ୍ବୁଲାନ୍ସଟି ଗାଁକୁ ଆସି ପାରି ନ ଥିଲା ତେବେ ଗାଁ ନିକଟସ୍ଥ ନଦୀରେ ପ୍ରବଳ ପାଣି ଆସୁଥିଲେ ବି ଜୀବନ ବଞ୍ଚାଇବା ପାଇଁ ଗୁରୁତର ଅବସ୍ଥାରେ ଭରା ନଦୀରେ ସମ୍ପର୍କୀୟମାନେ ଖଟିଆରେ ବୋହି ନଦୀ ପାର କରି ଆମ୍ବୁଲାନ୍ସ ନିକଟକୁ ନେଇ ଆସିଥିଲେ । ତେବେ ଗୋଟିଏ ଜୀବନ ବଞ୍ଚାଇବା ପାଇଁ କେତେ ଜୀବନକୁ ବାଜିରେ ଲଗାଇ ଭରା ନଦୀରେ ପାର ହେବା ଦୃଶ୍ୟଟି ସମସ୍ତଙ୍କୁ ବିଚଳିତ କରିଛି । ତେବେ ଏହା କେବଳ ସୋମବାର ଘଟଣା ନୁହେଁ ଏହିଭଳି ଅନେକ ଥର ହୋଇଛି । ଭରା ନଦୀରେ ରୋଗୀକୁ ଖଟିଆରେ ବୋହି ଜୀବନକୁ ବାଜିରେ ଲଗାଇ ନଦୀ ପାର କରି ଥୁଆମୂଳ ରାମପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିବା ଗାଁ ଲୋକେ କହିଛନ୍ତି । ତେବେ ପ୍ରଶାସନ ଠାରୁ ରାଜନେତାଙ୍କୁ ବାରମ୍ବାର ଗୁହାରି କରିଥିଲେ ବି ଏହାର ସମାଧାନ ହେଉ ନଥିବା ରାଣୀପଦର ଗାଁର ୱାର୍ଡ ମେମ୍ବର କହିଛନ୍ତି l
You Can Read :
wp:embed {"url":"https://www.prameyanews7.com/dead-body-lying-outside-medical-for-12-hours/","type":"wp-embed","providerNameSlug":"prameya-news-7"} /wp:embed