ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ରୋଗୀ

Published By : Prameya-News7 Bureau | December 12, 2020 IST

ଚିତ୍ରକୋଣ୍ଡା ୧୨।୧୨: ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ । ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ନୀଳାକାମ୍ବେରୁ ପଞ୍ଚାୟତର ମନ୍ତ୍ରିପୁଟ ଉଁ ଗ୍ରାମରେ ଦେଖିବାକୁ ମିଳିଛି । ଗ୍ରାମର ୫୨ ବର୍ଷ ବୟସ୍କା ବୃଦ୍ଧା ଗୋରୀ ମୁଦୁଲି ଦୀର୍ଘ ୬ ମାସ ଧରି ଜ୍ବର ଏବଂ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ । ଶେଷରେ ବୃଦ୍ଧା ମା’ଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟହୋଇ ଏହି ଘଞ୍ଚ ଜଙ୍ଗଲ ଏବଂ ପଥୁରିଆ ରାସ୍ତା ଦେଇ ଷ୍ଟ୍ରେଚର ମାଧ୍ୟମରେ ବୋହି ଆଣିଥିଲେ ।

{"id":376302,"sizeSlug":"large","linkDestination":"none"}

ତେବେ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ହେଉଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଗ୍ରାମର ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.