ଠିକ୍ ସମୟରେ ଆସିପାରିଲାନି ଆମ୍ବୁଲାନ୍ସ, ଚିକିତ୍ସା ପାଇଁ ବସ୍ରେ ୩୫ କି.ମି. ଗଲେ ୩ ବର୍ଷର ଶିଶୁ
26/09/2023 at 4:15 PM

ସୋର ୨୬।୯: ପ୍ଲିଜ୍ ଟିକେ ବସ୍ ଶୀଘ୍ର ଚଲାନ୍ତୁ… କାକୁତି ମୀନତି ହୋଇ ଡ୍ରାଇଭରଙ୍କୁ ନିବେଦନ କରୁଥିଲେ ଦୁଇ ମହିଳା l ଗୁରୁତର ଆହତ ଶିଶୁ କନ୍ୟାକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ନେଉଥିବା ଦୁଇ ମହିଳା ବସ୍ ଡ୍ରାଇଭରକୁ ବାରମ୍ବାର କାକୁତି ମୀନତି ହୋଇ ନିବେଦନ କରୁଥିଲେ l ୧୦୮ ଆମ୍ବୁଲାନ୍ସ ଆସିବାକୁ ୧ ଘଣ୍ଟା ବିଳମ୍ବ ହେବାକୁ କହିବାରୁ ସୋର ଡାକ୍ତରଖାନାରୁ ୩୫ କିଲୋମିଟର ଦୂର ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଗୁରୁତର ଆହତ ଶିଶୁ କନ୍ୟାକୁ ତାର ମା’ ଓ ସମ୍ପର୍କୀୟ ମହିଳା ବସ୍ ଯୋଗେ ନେବାକୁ ବାଧ୍ୟ ହୋଇଛନ୍ତି l
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଥାନା ସୋର-ଅନନ୍ତପୁର ରାସ୍ତା ପାଖର ଛକରେ ଜଗବନ୍ଧୁ ବେହେରାଙ୍କ ଘର । ଜଗବନ୍ଧୁଙ୍କ ଶ୍ବଶୁର ଘର ବଳରାମପୁର ଗାଁର ଅମୀୟ ବିଶ୍ଵାଳ ଘରେ ସ୍ତ୍ରୀ ଓ ୩ ବର୍ଷର ଶିଶୁ କନ୍ୟା ରହୁଛନ୍ତି । ମଙ୍ଗଳବାର ଜଗବନ୍ଧୁଙ୍କ ଶିଶୁ କନ୍ୟାକୁ ବଳରାମପୁର ଗାଁ ରାସ୍ତାରେ ଏକ ସ୍କୁଟି ଧକ୍କା ଦେବାରୁ ସେ ଗୁରୁତର ହୋଇଥିଲା । ଗୁରୁତର ଶିଶୁ କନ୍ୟାକୁ ଜଗବନ୍ଧୁଙ୍କ ଶ୍ବଶୁର ଘର ଲୋକେ ସୋର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଗୁରୁତର ଶିଶୁ କନ୍ୟାକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ୧୦୮ ଆମ୍ବୁଲାନ୍ସ ଆସିବାକୁ ୧ ଘଣ୍ଟା ବିଳମ୍ବ ହେବାକୁ କହିବାରୁ ଶିଶୁ କନ୍ୟାକୁ ପରିବାର ଲୋକେ ପ୍ରଥମେ ସୋର ଡାକ୍ତଖାନାରୁ ବାଇକ୍ ଯୋଗେ ଦୁଇ କିଲୋମିଟର ଉତ୍ତରେଶ୍ୱର ବସଷ୍ଟାଣ୍ଡ ନେଇଥିଲେ । ସେଠାରୁ ବସ୍ ଯୋଗେ ଗୁରୁତର ଶିଶୁ କନ୍ୟାକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି ।
You Can Read :