କନ୍ଧମାଳରେ ଜନନୀ ଯନ୍ତ୍ରଣା, ରାସ୍ତା ନଥିବାରୁ ଭାରରେ ବୁହାହେଲେ ପ୍ରସୂତୀ

Published By : Prameya-News7 Bureau | August 02, 2022 IST

ବାଲିଗୁଡା ୨: ଆଦିବାସୀ ଅଧ୍ୟୁଷିତ କନ୍ଧମାଳରେ ଜନନୀ ଯନ୍ତ୍ରଣା l କନ୍ଧମାଳ ଜିଲ୍ଲା ସାରଂଗଡ଼ ପଞ୍ଚାୟତର ଟେଟ୍ରେ ଗାଁରେ ଘଟିଛି ଅଭାବନୀୟ ଘଟଣା । ରାସ୍ତା ନଥିବାରୁ ଭାରରେ ବୁହାହେଲେ ଗର୍ଭବତୀ ମହିଳା l

ସୂଚନାଯୋଗ୍ୟ ଯେ, ଗାଁର ଆରତୀ ମଲିକଙ୍କର ଗର୍ଭ ଯନ୍ତ୍ରଣା ହେବା ସେହି ଗାଁର ଆଶା କର୍ମୀ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆଉ ସଙ୍ଗେ ସଙ୍ଗେ ଫୋନ୍ ଆସିବା ପରେ ବାଲିଗୁଡାରୁ ୧୦୨ ଆମ୍ବୁଲାନ୍ସ ନେଇ ଡ୍ରାଇଭର ଜିତୁ ମାଝୀ ଟେଟ୍ରେ ଗାଁ ଅଭିମୁଖେ ବାହାରି ପଡିଥିଲେ । ହେଲେ ଗାଁକୁ ଯିବା ପାଇଁ ରାସ୍ତା ନଥିଲା । ପାଖାପାଖି ଦେଢ଼ କିଲୋମିଟର ଦୂରରେ ଆମ୍ବୁଲାନ୍ସ ରଖି ଜିତୁ ମାଝୀ ଟେଟ୍ରେ ଗାଁକୁ ଯାଇ ଆଶାକର୍ମୀ ଓ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଭାର ସାହାଯ୍ୟରେ ଜଙ୍ଗଲ ରାସ୍ତାରେ ନାଳ ପାରି କରି ବଡ଼ କଷ୍ଟରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣି ନିକଟସ୍ଥ ସାରଙ୍ଗଡ ହସ୍ପିଟାଲରେ ପହଞ୍ଚାଇ ଥିଲେ । ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ଡ୍ରାଇଭର ଜିତୁ ମାଝୀ ଓ ଆଶା କର୍ମୀ ଦେବଦୂତ ସାଜି ତାଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲ ପହଞ୍ଚାଇ ଥିବାରୁ ପରିବାର ଲୋକେ ଆଶ୍ବସ୍ତ ଅନୁଭବ କରିବା ସହ ଉଭୟଙ୍କୁ ଧନ୍ୟବାଦ ଜଣେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.