ଗାଁକୁ ରାସ୍ତା ନଥିବାରୁ ୧୧ କିଲୋମିଟର ଭାରରେ ବୁହାହେଲେ ରୋଗୀ
Published By : Prameya-News7 Bureau | October 22, 2018 IST
ରାୟଗଡା ୨୨/୧୦ : ପୁଣି ଭାରରେ ବୁହାହେଲେ ରୋଗୀ | ଆମ୍ବୁଲାନ୍ସ ନଆସିବାରୁ ୧୧ କି:ମି: ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ | ରାୟଗଡା ଜିଲ୍ଲା କଲ୍ୟାଣସିଙ୍ଘପୁର ବ୍ଲକ ପାରାମାଳି ଗାଁର ପୁଲୁକା ସିକ୍କାଙ୍କୁ ୪ ଦିନ ଧରି ଜ୍ୱର ହୋଇଥିଲା | ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନେ ନେବା ପାଇଁ ପରିବାରଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ | ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିନଥିଲା | ପରିବାରଲୋକେ ତାଙ୍କୁ ଭାରରେ ବୋହି ଡାକ୍ତରଖାନା ନେଇଯାଇଥିଲେ |