ଆସିଲାଣି ଆମ୍ବୁଲାନ୍ସ; ବାପାକୁ ଭେଳା ଓ ଭାରରେ ବୋହି ଡାକ୍ତରଖାନା ନେଲେ ଦୁଇ ପୁଅ

Published By : Prameya-News7 Bureau | October 23, 2018 IST

ରାୟଗଡା ୨୩/୧୦ : ପୁଣି ଭାରରେ ୪ କିଲୋମିଟର ବୁହା ହେଲେ ରୋଗୀ । ରୋଗୀ ବାପାକୁ ଭାରରେ ବୋହି ଡାକ୍ତରଖାନା ନେଲେ ଦୁଇ ପୁଅ । ନିଜ ବାପା ଝାଡାବାନ୍ତିରେ ଆକ୍ରାନ୍ତ ଥିଲେ ଗୁରୁତର ହେବାରୁ ତାଙ୍କୁ ମେଡ଼ିକାଲ ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କହିବା ପରେ ଏକ କମ୍ବଳ ସାହାଯ୍ୟରେ ଭାର କରି ନିଜର ୨ପୁଅ ସ୍ଥାନୀୟ କଲ୍ୟାଣସିଂହପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ । ରାୟଗଡ଼ା ଜିଲ୍ଲା ଜିଲା କଲ୍ୟାଣସିଂହପୁର ବ୍ଲକ ଘାଗୁଡ଼ୀମାଳ ଗାଁର ନାଗବଂଶ ପର୍ଶୁଙ୍କୁ ଗତ ୨ଦିନ ଧରି ଝାଡାବାନ୍ତି ଲାଗି ରହିଥିଲା । ଆଜି ସେ ଗୁରୁତର ଅବସ୍ଥା ହେବା ଯୋଗୁଁ ଆଶା କର୍ମୀ ବିଷଲ୍ୟା ତେଜିଵଂଶ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ଉପଲବ୍ଧ ନଥିବା କହିବା ପରେ ଭାର ସାହାଯ୍ୟରେ ମେଡ଼ିକାଲକୁ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ଚିକିତ୍ସାଧିନ ଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.