ମେଡିକାଲ ୩ୟ ମହଲାରୁ ଡେଇଁ ମହିଳା ରୋଗୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Published By : Prameya-News7 Bureau | July 10, 2021 IST

ରାୟଗଡା ୧୦।୭: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଚିକିତ୍ସାଳୟର ତୃତୀୟ ମହଲାରୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ମହିଳା ଜଣଙ୍କ ହେଲେ ରଜନୀ ମେଲେକା । ତାଙ୍କ ବୟସ ୨୮ ବର୍ଷ ।

{"id":478337,"width":748,"height":411,"sizeSlug":"large","linkDestination":"none"}

କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ରଜନୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଶନିବାର ଭୋରରୁ ସେ ଚିକିତ୍ସାଳୟ ତୃତୀୟ ମହଲାର ବାଥରୁମ ଯାଇ ସେଠାରୁ ତଳକୁ ଡେଇଁ ପଡିଥିଲେ । ଡେଇଁ ପଡିବା ପରେ ତଳେ ପଡି ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ। ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରାଇବାକୁ ମେଡିକାଲକୁ ପଠାଇଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.