ରାଜଧାନୀରେ ଚାଞ୍ଚଲ୍ୟ: ପଟିଆ ରେଳ ଷ୍ଟେସନ୍ ସିଡ଼ି ଘରେ ୨ ନାବାଳିକାଙ୍କୁ ଦୁଷ୍କର୍ମ
17/01/2023 at 10:42 PM

ଭୁବନେଶ୍ୱର ୧୭/୦୧: ରାଜଧାନୀରେ ୨ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବା ସୋମବାର ରାତିରେ ୨ ପଟିଆ ରେଳ ଓଭର ବ୍ରିଜ୍ ଉପରେ ଏପରି ଲୋମହର୍ଷଣକାରୀ ଅଘଟଣ ହୋଇଥିବା ଜଣାପଡ଼ିଛି। ଚାଇଲ୍ଡ ଲାଇନ୍ ସହାୟତାରେ ପୀଡ଼ିତା ନାବାଳିକାଙ୍କ ପରିବାର ଲୋକ ଜିଆର୍ପି ଥାନାରେ ଅଭିଯୋଗ କରିଛନ୍ତି।
ଖବର ଅନୁସାରେ, ଅଭିଯୁକ୍ତମାନେ ଏହି କଥା ପ୍ରଘଟ କଲେ ଉଭୟ ନାବାଳିକାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ଅଭିଯୋଗ ଆଧାରରେ ଜିଆରପି ପୋଲିସର ତଦନ୍ତ ଆରମ୍ଭ କରିଛି। ପଟିଆ ଷ୍ଟେସନ ସିଡି ଘରେ ଯୁବତୀଙ୍କୁ ଗୋଡ଼ହାତ ବାନ୍ଧି ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଷ୍ଟେସନ ପାଖରେ ଥିବା ବସ୍ତିରେ ଦୁଇ ଯୁବତୀ ରହୁଥିଲେ ବୋଲି ଜଣାପଡ଼ିଛି। ଦୁର୍ବୃତ୍ତମାନେ ପଟିଆ ଷ୍ଟେସନ ପାଖ ଏକ ମାଛ ଦୋକାନରେ କାମ କରନ୍ତି। ଅଭିଯୋଗ ପରେ ରେଳବାଇ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।