ରାଜଧାନୀକୁ ପୁଣି ଫେରିଛି ପଥୋତ୍ସବ, ନାଚ-ଗୀତ-କ୍ରୀଡାରେ ଜମୁଛି ଭୁବନେଶ୍ୱର ଜନପଥ
25/12/2022 at 8:44 AM

ଭୁବନେଶ୍ୱର ୨୫।୧୨ : ମଜା, ମସ୍ତି ଓ ବନ୍ଧୁତ୍ୱର ଭାବନା ନେଇ ପୁଣି ରାଜଧାନୀକୁ ଫେରିଛି ପଥୋତ୍ସବ। ଏଥର ପୁରୁଷ ହକି ବିଶ୍ଵକପ ଲାଗି ପଥୋତ୍ସବକୁ ବେଶ ଗୁରୁତ୍ବ ଦିଆଯାଉଛି । ରବିବାର ସକାଳୁ ଆରମ୍ଭ ହୋଇଛି ଉତ୍ସବ । ନାଚ ଗୀତ, ମାଗଣା ସ୍ୱାସ୍ଥ୍ୟ ଶିବିର, କ୍ରୀଡା ସମ୍ବନ୍ଧୀୟ କିଛି ଆକ୍ଟିଭିଟି, ଚିତ୍ରାଙ୍କନ ପ୍ରତଯୋଗିତା ଭଳି ବହୁ କାର୍ଯ୍ୟକ୍ରମ ସ୍ଥାନ ପାଇଛି ।

ଏହାଛଡା ଭଜନ, ଓଡ଼ିଶୀ, ଡ୍ୟାନ୍ସ ଗ୍ରୁପ ର ଡ୍ୟାନ୍ସ, ରକ୍, ହିପ ହପ ଭଳି ମ୍ୟୁଜିକ ଆଦି ଦେଖିବାକୁ ମିଳିବ । ଏଣିକି ପ୍ରତି ରବିବାର ଅନୁଷ୍ଠିତ ହେବ ପଥୋତ୍ସବ । ଏହି କାର୍ଯ୍ୟକ୍ରମରେ ମେୟର, କମିଶନର, ବିଧାୟକ, ମନ୍ତ୍ରୀ ଯୋଗ ଦେଇଛନ୍ତି ।

ତେବେ ଏଥର ଦୁଇଟି ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍, ସମ୍ବଲପୁରୀ ଡ୍ୟାନ୍ସ ଗ୍ରୁପ୍, ରକ୍ ବ୍ୟାଣ୍ଡ, ଓଡ଼ିଶୀ ଏବଂ ଅନ୍ୟ କଳାକାରମାନେ ନାଚ, ଗୀତ ପରିବେଷଣ କରିବେ ।

ଚିତ୍ରାଙ୍କନ, ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ, ଲାଇଭ କାନଭାସ୍ ପେଣ୍ଟିଂ, ରୋଲର ସ୍କେଟିଂ, ରଙ୍ଗୋଲି, ନୁକାଡ ନାଟକ, ଡୁମ୍ବା ଓ କ୍ରସ୍ ଫିଟ୍, ଲାଇଭ କାନଭାସ ପେଣ୍ଟିଂ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି । ସ୍ୱତନ୍ତ୍ର ସ୍ପୋର୍ଟସ୍ ଓ ଫିଟନେସ୍ ଏରିଆ ମଧ୍ୟ ରହିବ । ହକି ବିଶ୍ୱକପ ଥିମ୍ରେ ପଥ ଉତ୍ସବରେ ଏକାଧିକ କାର୍ଯ୍ୟକ୍ରମ କରିବା ଯାଉଛି।
