scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବଡ଼ଦେଉଳରେ ଅଘଟଣ, ବେହେରଣ ଦ୍ୱାର ପାର୍ଶ୍ୱରେ ଖସିଲା ପଥର

24/10/2022 at 8:39 AM

ପୁରୀ,୨୪/୧୦: ବଡ଼ଦେଉଳରୁ ପୁଣି ଖସିଛି ପଥର । ଖସିଥିବା ପଥରର ଓଜନ ପ୍ରାୟ ୨୦ କିଲୋଗ୍ରାମ ହେବ । ରବିବାର ଅପରାହ୍ନରେ ଘଟିଛି ଏହି ଅଘଟଣ । ତେବେ ଏଥିରେ କାହାରି କିଛି କ୍ଷତି ହୋଇ ନାହିଁ । ସେବକ ତଥା ଶ୍ରଦ୍ଧାଳୁଙ୍କ ଚଳପ୍ରଚଳ ନଥିବା ସ୍ଥାନରେ ଖସିଥିଲା ।

ଦେଖଣାହାରୀଙ୍କ କହିବା ଅନୁସାରେ, ପଥରଟି ପ୍ରାୟ ଏକ ଫୁଟରେ ଦେଢ ଫୁଟ ଭଳି । ତେବେ ଏହି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି ।ରବିବାର ଅପରାହ୍ନରେ ମାଜଣା ମଣ୍ଡପ ନିକଟ ତଥା ମୁକ୍ତି ମଣ୍ଡପ ସମ୍ମୁଖ ବେହେରଣ ଦ୍ୱାର ବାହାର ପାଶ୍ୱର୍ରୁ ପଥରଟି ଖସିଥିଲା । ପ୍ରାୟ ୪୦ ଫୁଟ ଉଚ୍ଚତାରୁ ବଡ଼ଦେଉଳ ଉପରୁ ପଥରଟି ଖସିଥିଲା । ଭିତର ବେଢ଼ା କନ୍ଦିରେ ପଥର ଖସିବାରୁ କାହାରି କିଛି କ୍ଷତି ହୋଇ ନାହିଁ । ଚର୍ଚ୍ଚାଘର ବାହାର ପଟେ ଏହି ଅଘଟଣ ଘଟିଛି । ଏଏସ୍‌ଆଇ ଭୁଞ୍ଜାଇଥିବା ପଥର ଖସିପଡ଼ିଥିବା ଅନୁମାନ କରାଯାଉଛି ।

   Related Posts