ତୃତୀୟ ଦିନରେ କମିଲା ‘ପଠାନ’ର ଆୟ, ଓ୍ୱାର୍ଲ୍ଡ ଓ୍ୱାଇଡରେ ୩୦୦ କୋଟି ଟପିଲା ରୋଜଗାର
28/01/2023 at 3:16 PM

ମୁମ୍ୱାଇ ୨୮/୦୧: ବଲିଉଡ ବାଦଶାହଙ୍କ ଫିଲ୍ମ ‘ପଠାନ’ ରିଲିଜ ହେବାର ବିତିଗଲାଣି ତିନି ଦିନ । ବକ୍ସ ଅଫିସରେ ମଧ୍ୟ ଜୋରଦାର କଲେକ୍ସନ କରିଛି ଶାହାରୁଖଙ୍କ ଫିଲ୍ମ । ପ୍ରଥମ ଦିନରୁ ହିଁ କ୍ରେଜରେ ରହିଥିଲା ଫିଲ୍ମ ।
ଫିଲ୍ମଟି ପ୍ରଥମ ଓ ଦ୍ୱିତୀୟ ଦିନରେ ଫ୍ୟାନ୍ସଙ୍କ ଦୃଦୟରେ ଯାଦୁ କରିଥିଲା । କିନ୍ତୁ ତୃତୀୟ ଦିନରେ ଆୟରେ ଟିକେ ଧିମେଇ ଯାଇଛି ଫିଲ୍ମ । ତେବେ ଫ୍ୟାନ୍ସମାନେ ପଠାନର ରୋଜଗାର ଜାଣିବାକୁ ବେଶ୍ ଉତ୍ସାହିତ ଅଛନ୍ତି । ଶାହାରୁଖଙ୍କ ‘ପଠାନ’ ପ୍ରଥମ ଦୁଇ ଦିନରେ କେବଳ ହିନ୍ଦୀରେ ୧୨୩ କୋଟି ଆୟ କରିଛି ।
ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ‘ପଠାନ୍’ ତୃତୀୟ ଦିନରେ ଅର୍ଥାତ୍ ଶନିବାର ଦିନ ପ୍ରାୟ ୩୫ ରୁ ୩୬ କୋଟି ଟଙ୍କା ଆୟ କରିଛି । କୁହାଯାଉଛି କି ପ୍ରଥମ ସପ୍ତାହର ଶେଷରେ ଏହି ଫିଲ୍ମଟି କେବେଳ ହିନ୍ଦୀରେ ୨୦୦ ରୁ ୨୫୦ କୋଟି ଟଙ୍କା ଛୁଇଁପାରେ ।ଏହି ଆୟ ଅନୁଯାୟୀ ‘KGF 2’କୁ କଡ଼ା ଟକ୍କର ଦେଇପାରେ ଶାହରୁଖଙ୍କ ଫିଲ୍ମ ପଠାନ୍ ।
ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ଫିଲ୍ମରେ ଜନ୍ ଅବ୍ରହାମ ଆତଙ୍କବାଦୀ ଭୂମିକାରେ ଅଛନ୍ତି । ଡିମ୍ପଲ୍ କାପାଡିଆ ଠାରୁ ଆଶୁତୋଷ ରାଣାଙ୍କ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ରରେ ଅନେକ ଜଣାଶୁଣା କଳାକାର ଅଛନ୍ତି । ବକ୍ସ ଅଫିସରେ ଛୁଟି ନଥିବା ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା ଏବଂ ଏହି ଦିନ ୫୫ କୋଟି ଟଙ୍କା ରୋଜଗାର କରିଥିଲା ।
ଯାହା ଫିଲ୍ମର ଉଦଘାଟନୀ ଦିନରେ ସର୍ବାଧିକ ଆୟ କରିଥିବା ବଲିଉଡ ଫିଲ୍ମରେ ପରିଣତ ହୋଇଛି । ଦ୍ୱିତୀୟ ଦିନରେ ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରାୟ ୭୦ କୋଟି ଟଙ୍କା ସଂଗ୍ରହ କରିଛି । କହିବାକୁ ଗଲେ ‘ପଠାନ୍’ ବକ୍ସ ଅଫିସରେ ଇତିହାସ ରଚୁଛି ।