ଶାହରୁଖଙ୍କ ମସ୍କୁଲର ବଡି ସହ ଦୀପିକାଙ୍କ ବୋଲ୍ଡ ଲୁକ୍‌, ରିଲିଜ୍‌ ହେଲା ‘ପଠାନ୍‌’ର ପ୍ରଥମ ଗୀତ

Published By : Prameya-News7 Bureau | December 12, 2022 IST

ମୁମ୍ଵାଇ ୨୧।୧୨: ବଲିଉଡ୍‌ର କିଙ୍ଗ ଖାନ ଶାହରୁଖ । ନିକଟରେ ସେ ତାଙ୍କ ଫିଲ୍ମ 'ପଠାନ'ର ପ୍ରମୋସନର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନିର୍ମାତାମାନେ ଫିଲ୍ମ ସମ୍ବନ୍ଧରେ ଏକ ବଡ଼ ଧରଣର ଯୋଜନା କରିଛନ୍ତି। ଯାହାଫଳରେ ଫିଲ୍ମ ରିଲିଜ୍ ହେବା ପର୍ଯ୍ୟନ୍ତ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରି ରହିବ। ପୋଷ୍ଟର ପରେ ଟିଜର, ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଛି । ଶାହାରୁଖ ଓ ଦୀପିକା ଏହାର ଭିଡିଓ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ସେୟାର କରିବା ମାତ୍ରେ ଭାଇରାଲ୍‌ ହୋଇଛି।

wp:html
/wp:html

ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କର ଲୁକ୍ ମଧ୍ୟ ଅଲଗା ରହିଛି। ବର୍ତ୍ତମାନ ଫିଲ୍ମର ପ୍ରଥମ ଗୀତ ସାମ୍ନାକୁ ଆସିଛି। ଯାହା ଏକ ଏନର୍ଜେଟିକ୍‌ ଗୀତ। ରିଲିଜ୍ ହୋଇଥିବା ନୂଆ ପୋଷ୍ଟରରେ ଦୀପିକାଙ୍କୁ ଏକ ସୁନେଲି ରଙ୍ଗର ବିକିନିରେ ଦେଖିବାକୁ ମିଳିଛି। ସେଥିରେ ଦୀପିକା ତାଙ୍କର ବୋଲ୍ଡ ଏବଂ ହଟ ଲୁକକୁ ପ୍ଲାଣ୍ଟ କରିଥିବା ବେଳେ ଶାହାରୁଖ ମସକ୍ୟୁଲାର ବଡି ଦେଖାଇଛନ୍ତି। । ଯାହା ପ୍ରଶଂସକଙ୍କୁ ଆକର୍ଷିତ କରୁଛି । କହିବାକୁ ଗଲେ ଗୀତଟି ବୋଧ ହୁଏ ଶୀର୍ଷ ଛୁଇଁବ।

ପବ୍ଲିକ ରିଆକ୍ସ ବିଷୟରେ କହିବାକୁ ଗଲେ ଗୀତଟି ଦମ୍‌ଦାର ହେବା ସହ ଆଟ୍ରାକ୍ଟିଭ୍‌ ଲାଗୁଛି । ସମସ୍ତେ ଏହାକୁ  ହ୍ରିତିକିଙ୍କ ଫିଲ୍ମ ବ୍ୟାଙ୍ଗ ବ୍ୟାଙ୍ଗ ଓ ରନବୀରଙ୍କ ଫିଲ୍ମ ବେଫିକରେର ଫିଲିଙ୍ଗସ୍‌ ଆସୁଛି। ଲାଗୁଛି ଦୀପିକାଙ୍କ ଏହି ଅନ୍ଦାଜ୍‌ ଲୋକଙ୍କ ଆକର୍ଷଣ କରିବ। ଫିଲ୍ମ  ପଠାନ୍‌ ଜାନୁୟାରୀ ୨୫ରେ ରିଲି୍‌ ହେବ । ଏହି ଫିଲ୍ମ ହିନ୍ଦୀ ଏବଂ ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.