ବୁର୍ଜ ଖଲିଫାରେ ‘ପଠାନ୍’ ଟ୍ରେଲରର ଝଲକ, ଝୁମି ଉଠିଲା ଦୁବାଇ
15/01/2023 at 7:49 AM

ମୁମ୍ଵାଇ ୧୫।୦୧: ବଲିଉଡ ଅଭିନେତା ଶାହରୁଖ ଖାନ। ବର୍ତ୍ତମାନ ସେ ଦୁବାଇରେ ଅଛନ୍ତି। ସେଠାରେ ପଠାନରର କ୍ରେଜ୍ ପାଲଟିଛି । କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ‘ପଠାନ’ ବିଷୟରେ ଏକ ଭିନ୍ନ ଉତ୍ସାହ ରହିଛି। ଗତକାଲି ରାତିରେ ଦୁବାଇର ବୁର୍ଜ ଖଲିଫାରେ ‘ପଠାନ’ର ଟ୍ରେଲର ଦେଖାଯାଇଥିଲା। ‘ପଠାନ’ର ଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଛି।
When Pathaan took over the tallest building in the world 💥 #PathaanTrailerOnBurjKhalifa pic.twitter.com/ze58IcSvUJ
— Yash Raj Films (@yrf) January 14, 2023
ୟଶ ରାଜ ଫିଲ୍ମ ଦୁବାଇରେ ଏହି ବିଶେଷ ଘଟଣାର ଏକ ସ୍ୱତନ୍ତ୍ର ପୋଷ୍ଟ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏହି ପୋଷ୍ଟରେ ବୁର୍ଜ ଖଲିଫାରେ ‘ପଠାନ’ର ଟ୍ରେଲର ଦେଖିବାକୁ ମିଳିଛି। ଶାହାରୁଖ ଖାନ ଏଣ୍ଟ୍ରି କରିବା ମାତ୍ରେ ଖୁବ୍ ଜୋରରେ ଶବ୍ଦ ବଢିଥିଲା। ଶାହାରୁଖ ଫ୍ୟାନଙ୍କ ମଧ୍ୟରେ ଥିବା କ୍ରେଜ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଶାହାରୁଖଙ୍କ ‘ପଠାନ’ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବାବେଳେ ବଏକଟ୍ ‘ପଠାନ୍’ ମଧ୍ୟ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରୁଛି। ଆଶା କରାଯାଉଛି ଯେ ପଠାନ ଭଲ ପ୍ରଦର୍ଶନ ଦେଖାଇବ । ଚଳଚ୍ଚିତ୍ରରେ ରୋମାନ୍ସ ଏବଂ ସସପେନ୍ସ ମଧ୍ୟ ଦେଖିବାକୁ ମିଳିବ। ସମସ୍ତ ଦର୍ଶକ ୨୫ ଜାନୁୟାରୀ ୨୦୨୩ରେ ଶାହାରୁଖଙ୍କ ‘ପଠାନ’ ଦେଖିପାରିବେ। ଏହା ବ୍ୟତୀତ ଶାହାରୁଖଙ୍କ ହାତରେ ବଲିଉଡର ସବୁଠୁ ବଡ ଚଳଚ୍ଚିତ୍ର ରହିଛି। ଶାହାରୁଖ ଖାନ ରାଜକୁମାର ହିରାନୀଙ୍କ ସହ ‘ଡଙ୍କି’ରେ ମଧ୍ୟ ନଜର ଆସିବେ। ଏହା ବ୍ୟତୀତ ତାଙ୍କର ଆକ୍ସନ୍ ପ୍ୟାକ୍ ‘ଜୱାନ୍’ରେ ମଧ୍ୟ ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ।