ଦର୍ଶକଙ୍କ ଅପେକ୍ଷାର ଅନ୍ତ, ଆସିଲା ‘ପଠାନ’ର ଟ୍ରେଲର

Published By : Prameya-News7 Bureau | January 10, 2023 IST

ମୁମ୍ୱାଇ ୧୦/୦୧: ଫିଲ୍ମ ‘ପଠାନ’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଦୀର୍ଘ ୫ ବର୍ଷ ପରେ ବି-ଟାଉନ୍‌କୁ କମ୍ ବ୍ୟାକ୍ କରିଛନ୍ତି କିଙ୍ଗ ଖାନ୍ ଶାହାରୁଖ । ଆଜି ରିଲିଜ ହୋଇଛି ପିଲ୍ମ ‘ପଠାନ’ର ଟ୍ରେଲର ।

ଫିଲ୍ମରେ ଦେଖିବାକୁ ମିଳିବ ଦମଦାର ଆକ୍ସନ ସହ ରୋମାନ୍ସ । ଲିଡ୍‌ରେ ନଜର ଆସିଛନ୍ତି ଶାହାରୁଖ ଖାନ ଓ ଦୀପିକା ପାଦୁକୋନ୍ । ଫିଲ୍ମରେ ନେଗେଟିଭ୍ କ୍ୟାରେଟରରେ ନଜର ଆସିବେ ଜନ୍ ଆବ୍ରାହମ । ଗତ କିଛି ସମୟ ହେବ ଟ୍ରେଲ୍‌ରଟି ରିଲିଜ ହୋଇଛି । ହେଲେ ରିଲିଜର ୫ ମିନିଟ ଭିତରେ ଦମଦାର ଭିୟୁ ଦେଖିବାକୁ ମିଳିଛି ।

wp:html /wp:html

ଫିଲ୍ମ ରିଲିଜ ପୂର୍ବରୁ ଗୀତଗୁଡିକ ଚାର୍ଟ ବଷ୍ଟରରେ ହିଟ୍ ହୋଇଛି । ବେସରମ ରଙ୍ଗ ଏବଂ ଜୁମେ ଜୋ ‘ପଠାନ’ର ଦୁଇଟି ଗୀତକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ନିକଟରେ ଅନଲାଇନରେ ଲିକ୍ ହୋଇଥିଲା ‘ପଠାନ’ର ଟ୍ରେଲର । ପଠାନ୍ ପିଲ୍ମକୁ ନେଇ ସୋସିଆଲ ମିଡିଆରେ ଜୋଦରାଦ ଚର୍ଚ୍ଚା ହେଉଛି । ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକ ଏବଂ ଫିଲ୍ମର ଗୀତରେ ଅଶ୍ଳୀଳତା ପ୍ରଚାର ଭଳି ଅଭିଯୋଗ ହେତୁ ‘ପଠାନ’କୁ ନେଇ ଅନେକ ବିବାଦରେ ରହିଆସୁଛି । ତେବେ ଫିଲ୍ମଟି ବକ୍ଲ ବଷ୍ଟର ହିଟ୍ ହେବ ନା ପ୍ଲଫ୍ ହେବ ତାହା ରିଲିଜ୍ ପରେ ଜଣାପଡିବ । ଅପେକ୍ଷା ଜାନୁୟାରୀ ୨୫କୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.