suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

OTTରେ ରିଲିଜ୍‌ ହେଲା ଶାହରୁଖଙ୍କ ବ୍ଲକବଷ୍ଟର ‘ପଠାନ୍‌’, ଜାଣନ୍ତୁ କେଉଁ ପ୍ଲାଟଫର୍ମ

22/03/2023 at 9:18 AM

ମୁମ୍ଵାଇ ୨୨।୦୩: ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କ ଅଭିନୀତ ଫିଲ୍ମ ‘ପଠାନ’। ୨୦୨୩ ବର୍ଷର ପ୍ରଥମ ମେଗା ବ୍ଲକ ବଷ୍ଟର ହୋଇଥିଲା ପଠାନ୍‌ । ଏତେ ସମୟ ଚାଲିଲା ପରେ ବି ଫିଲ୍ମ ବକ୍ସ ଅଫିସରେ ଏବେ ବି ରାଜ୍‌ କରୁଛି। ବର୍ତ୍ତମାନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଯେଉଁମାନେ OTT ରେ ଏହି ଚଳଚ୍ଚିତ୍ରର ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ‘ପଠାନ୍’ ୨୨ ମାର୍ଚ୍ଚ ୨୦୨୩ରେ ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିଛି।

ଶାହରୁଖଙ୍କ କମ୍‌ବ୍ୟାକ୍‌ ବ୍ଲକବଷ୍ଟର ଚଳଚ୍ଚିତ୍ର ୨୫ ଜାନୁୟାରୀ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ମାର୍ଚ୍ଚ ୨୨ରେ OTT ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ପ୍ରିମିୟର ହୋଇଛି। ପ୍ରାଇମ ଭିଡିଓ ଏହାର ଇନଷ୍ଟାଗ୍ରାମ ପୃଷ୍ଠାରେ ଫିଲ୍ମର ପୋଷ୍ଟର ସେୟାର କରି ଏ ବିଷୟରେ ସୂଚନା ଦେଇଛି। ପ୍ରାଇମ ଭିଡିଓରେ ପଠାନ, ୨୨ ମାର୍ଚ୍ଚ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ। ” କହିବାକୁ ଗଲେ ‘ପଠାନ୍’ ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ୟଶ ରାଜ ଫିଲ୍ମସ୍ ଦ୍ୱାରା ନିର୍ମିତ। ‘ପଠାନ’ର କ୍ରେଜ କେବଳ ଘରୋଇ ଦର୍ଶକଙ୍କ ଭିତରେ ନୁହେଁ ବିଶ୍ଵ ସ୍ତରରେ ମଧ୍ୟ ରହିଛି।

‘ପଠାନ୍’ ୟଶ ରାଜ ବ୍ୟାନରର ସ୍ପାଏ ୟୁନିଭର୍ସର ଏକ ଅଂଶ । ଶାହରୁଖ ଖାନ, ଦୀପିକା ପାଦୁକୋନ, ଜନ୍ ଅବ୍ରହାମଙ୍କ ବ୍ୟତୀତ ଡିମ୍ପଲ୍ କାପାଡିଆ ଏବଂ ଆଶୁତୋଷ ରାଣାଙ୍କୁ ଦେଖିବାକୁ ମିଳିଥିଲା। ଏହା ସହ ସଲମାନଙ୍କୁ ମଧ୍ୟ ‘ପଠାନ’ରେ ଏକ କ୍ୟାମିଓ ଭୂମିକା ରହିଛି।

   Related Posts