LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବକ୍ସ ଅଫିସ୍‌ରେ ପଠାନର ଜଲୱା ଜାରୀ: ବାହୁବଳୀ-୨ ରେକର୍ଡ ଭାଙ୍ଗିବାକୁ ୪୪ କୋଟି ଆବଶ୍ୟକ

12/02/2023 at 10:30 PM

ମୁମ୍ବାଇ: ରିଲିଜ୍ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ବକ୍ସ ଅଫିସ୍ ରେକର୍ଡ ଭାଙ୍ଗୁଛି ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନ। ଲଗାତର ୪ ଦିନ ଧରି ଫିଲ୍ମ ଭାରତରେ ୫୦ କୋଟି ଆୟ କରିଥିଲା। ଫିଲ୍ମର ଏଭଳି ଆୟ ସମସ୍ତଙ୍କୁ ଚମକାଇ ଦେଇଥିଲା। ଫିଲ୍ମଟି ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଇଥିଲା।

ପଠାନ ବର୍ତ୍ତମାନ ସର୍ବାଧିକ ଆୟକାରୀ ବଲିଉଡ୍ ଫିଲ୍ମ ହୋଇଛି। ତା ପୂର୍ବରୁ କୌଣସି ବଲିଉଡ୍ ଫିଲ୍ମ ଏତେ ମାତ୍ରାରେ ଆୟ କରିନଥିଲା। ପଠାନ ଏବେ ବାହୁବଳୀ-୨ ହିନ୍ଦୀ ସଂସ୍କରଣର ରେକର୍ଡ ଭାଙ୍ଗିବା ଦିଗରେ ଅଗ୍ରସର ହେଉଛି।  

All-time blockbuster Pathaan sees a massive jump on third Saturday, at 924 crore gross worldwide!

ସିନେମା ଖବରଦାତା ୱେବ୍‌ସାଇଟ୍‌ ପିଙ୍କ ଭିଲ୍ଲାର ରିପୋର୍ଟ ଅନୁସାରେ, ଆଜିର ବକ୍ସ ଅଫିସ କଲେକ୍ସନକୁ ମିଶାଇଲେ ପଠାନର ମୋଟ ଆୟ ପାଖାପାଖି ୪୬୬ କୋଟି ହୋଇଛି। ୫୦୦ କୋଟି ଆୟକରି ରେକର୍ଡ ଭାଙ୍ଗିବାକୁ ଆଉ ମାତ୍ର ୩୪ କୋଟିର ଆବଶ୍ୟକତା ରହିଛି। ସେହିଭଳି ବାହୁବଳୀ-୨ ରେକର୍ଡ ଭାଙ୍ଗିବାକୁ ଆଉ ୪୪ କୋଟି ଆବଶ୍ୟକ ପଡ଼ୁଛି। ତେବେ ପଠାନ ଆଉ ଏକ ସର୍ବାଧିକ ଆୟକାରୀ ସିନେମା କେଜିଏଫ୍-୨ର ରେକର୍ଡ ଭାଙ୍ଗି ଦେଇଛି।

KGF: Chapter 2 Movie Review

ପଠାନ ଓ କେଜିଏଫ୍‌ ଚାପ୍ଟର ୨ ସାପ୍ତାହିକ ଆୟର ହିସାବ
ସପ୍ତାହ-୦

ପଠାନ- ୧୨୩.୫୦ କୋଟି
କେଜିଏଫ୍‌ ୨-  ୫୨.୪୦ କୋଟି
ସପ୍ତାହ-୧

ପଠାନ- ୨୨୪ କୋଟି
କେଜିଏଫ୍‌ ୨- ୨୧୧.୫୦

Pathan Trailer: Shah Rukh Khan's mind-blowing actions may skip boycott  trends - Pathan Trailer: Shah Rukh Khan's mind blowing actions may skip  boycott trends -

ସପ୍ତାହ -୨

ପଠାନ- ୯୧ କୋଟି
କେଜିଏଫ୍‌ ୨- ୭୯.୬୦ କୋଟି

ସପ୍ତାହ -୩

ପଠାନ- ୨୮ କୋଟି(୩ ଦିନ)
କେଜିଏଫ୍‌ ୨ – ୨୦ କୋଟି(୩ ଦିନ)

ମୋଟ-

ପଠାନ- ୪୬୬.୫୦ କୋଟି
କେଜିଏଫ୍‌ ୨ – ୩୬୩.୫୦ କୋଟି

Shah Rukh Khan, Pathaan box office

ପଠାନ ରେକର୍ଡ

ସିନେମା ଖବର ଦେଉଥିବା ୱେବ୍‌ସାଇଟ୍ କୋଇମୋଇର ହିସାବ ଅନୁସାରେ, ରିଲିଜ୍‌ର ୧୮ ଦିନ ପରେ ପଠାନ ୱାର୍ଲ୍ଡ ୱାଇଡ୍ ବକ୍ସ ଅଫିସ୍ କଲେକ୍ସନ ୯୨୪ କୋଟି ହୋଇଛି। ରବିବାର ହିସାବ ଲଗାଇଲେ ଏହି ରାଶି ଅଧିକ ହୋଇପାରେ। ତେବେ ରିଲିଜ୍‌ର ତୃତୀୟ ଶନିବାରରେ ଭାରତରେ ଫିଲ୍ମ ୧୧ୟ୨୫ କୋଟି ଆୟ କରିଛି। କେବଳ ହିନ୍ଦୀ ଭାଷାରେ ଏହା ୧୧ କୋଟି ଆୟ କରିଥିବା ବେଳେ ବିଭିନ୍ନ ଡବିଂ ଲାଙ୍ଗୁଏଜ୍‌ର ଶନିବାର ଫିଲ୍ମ ୦.୨୫ କୋଟି ଆୟ କରିଛି।  

Pathaan Twitter Review: Shah Rukh Khan packs a powerful punch, says  Twitterati - BusinessToday

ଅପ୍‌ଡେଟ୍

ବର୍ତ୍ତମାନ ସୁଧା ବିଦେଶରେ ପଠାନର ଆୟ- ୪୨.୮୫ ମିଲିୟନ ଆମେରିକୀୟ ଡଲାର
ୱାର୍ଲ୍ଡ ୱାଇଡ୍ ବକ୍ସ ଅଫିସ୍ କଲେକ୍ସନ- ୯୨୪ କୋଟି
ଭାରତରେ ମୋଟ ଆୟ- ୪୭୬.୦୫ କୋଟି(ହିନ୍ଦୀ-୪୫୯.୨୫ କୋଟି, ଅନ୍ୟଭାଷାରେ ଡବିଂ ୧୬.୮୦ କୋଟି)




   Related Posts