ବିବାଦରେ ବି ବଢୁଛି ଦୀପିକାଙ୍କ କ୍ରେଜ୍, ୪୧ ମିଲିୟନ ଭ୍ୟୁ ହେଲାଣି ଗୀତ ‘ବେସରମ ରଙ୍ଗ’,
15/12/2022 at 12:11 PM

ମୁମ୍ଵାଇ ୧୫।୧୨: ଫିଲ୍ମ ‘ପଠାନ୍’ ହୁଏତ ଚାହୁଁଥିବା ପ୍ରକାରର ପଜେଟିଭ୍ ଚର୍ଚ୍ଚା ପାଇପାରିଲା ନାହିଁ । ଗୀତଟି ରିଲିଜ୍ ହେବା ଦିନ ଠାରୁ ବିବାଦରେ ଘେରି ରହିଛି। ପୂର୍ବରୁ ଫିଲ୍ମର ଭିଏଫଏକ୍ସକୁ ନେଇ ଏକ ଅସନ୍ତୋଷ ଦେଖାଦେଇଥିଲା। ବର୍ତ୍ତମାନ ‘ବେସରମ ରଙ୍ଗ’ରେ ‘ସାଫ୍ରନ୍ ବିକିନି’ ପିନ୍ଧି ଦୀପିକା ପାଦୁକୋନଙ୍କୁ ନେଇ ବିବାଦ ଆହୁରି ଗଭୀର ହେବାରେ ଲାଗିଛି । ପୁଣି ଥରେ ‘ବଏକୋଟ ପଠାନ’ (# ବଏକଟପଠାନ) ଟ୍ରେଣ୍ଡ ହେଉଛି। ତଥାପି ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ସବୁ ପରେ ବି ନିର୍ମାତାମାନଙ୍କ ପାଇଁ ମଧ୍ୟ ଏକ ଭଲ ଖବର ଅଛି।
ଯେବେଠାରୁ ‘ବେସରମ ରଙ୍ଗ’ କୁ ନେଇ ବିବାଦ ବଢିବାରେ ଲାଗିଛି। ସେବେଠାରୁ ଏହାକୁ ଦେଖୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି କାରଣ ହେଉଛି ଏହି ଗୀତକୁ ଏପର୍ଯ୍ୟନ୍ତ ୪୧ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ଦୁଇ ଦିନ ପୂର୍ବେ ମୁକ୍ତିଲାଭ କରିଥିବା ଏହି ଗୀତରେ ଦୀପିକାଙ୍କ କିଲର ଲୁକ ଆକର୍ଷଣର କେନ୍ଦ୍ର ପାଲଟିଛି। ବିକିନିରେ ଦୀପିକାଙ୍କ ଭିନ୍ନ ଶୈଳୀ ତାଙ୍କ ପ୍ରଶଂସକଙ୍କୁ ଆକର୍ଷିତ କରୁଛି । ଗୀତରେ ଦୀପିକା ଏକ କମଳା ରଙ୍ଗର ବିକିନିରେ ନଜର ଆସିଛନ୍ତି ଏବଂ ଏହାକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି। ଭଗବା ରଙ୍ଗକୁ ଅପମାନିତ କରିବାର ଅଭିଯୋଗ ରହିଛି ଏବଂ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି।
ଅନ୍ୟପକ୍ଷରେ ଏହି ଗୀତଟି କପି କରିଥିବା ଅଭିଯୋଗ ହୋଇଛି। ଫ୍ରାନ୍ସର ଗୀତିକାରଙ୍କ ଦ୍ୱାରା ପ୍ରସ୍ତୁତ ‘ମେକ୍ବା’ ଗୀତରୁ ଏହି ଗୀତର ବିଟ୍ ଚୋରି ହୋଇଛି ବୋଲି ଆଲୋଚନା ହେଉଛି। ‘ବେସରମ ରଙ୍ଗ’ର ସଂଗୀତ ବିଶାଲ ଶେଖରଙ୍କ ଦ୍ୱାରା ରଚନା କରାଯାଇଛି। ଏହାକୁ ଶିଳ୍ପା ରାଓ ଏବଂ କାରଲିସା ମୋଣ୍ଟେରିଆ ଗାଇଛନ୍ତି।