ରେକର୍ଡ କରୁଛି ପଠାନ, ୫ ଦିନରେ ବଲିଉଡର ଟପ୍ ୧୦ରେ କରିବ ଏଣ୍ଟ୍ରି !
29/01/2023 at 5:34 PM

ମୁମ୍ବାଇ: ରେକର୍ଡ ପରେ ରେକର୍ଡ କରୁଛି କିଙ୍ଗଖାନଙ୍କ ଫିଲ୍ମ ପଠାନ । ରିଲିଜକୁ ମାତ୍ର ୫ ଦିନ ହୋଇଥିବା ବେଳେ ନୂଆ ନୂଆ ରେକର୍ଡ କରି ଚାଲିଛି ଏହି ଚଳଚ୍ଚିତ୍ର । ବର୍ତ୍ତମାନ ବକ୍ସ ଅଫିସ୍ ପାଇଁ ପଠାନ ଏକ ଫିଲ୍ମ ନୁହେଁ, ବଲିଉଡ ପାଇଁ ଆୟର ଏକ ପେଡି ପାଲଟିଛି। ପଠାନ ପ୍ରତିଦିନ ବକ୍ସଅଫିସ କଲେକ୍ସନରେ ନୂଆ ନୂଆ ଭେଟି ଦେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ରିଲିଜର ଚତୁର୍ଥ ଦିନରେ ଫିଲ୍ମ ପଠାନ ଓ୍ବାଲ୍ଡ ଓ୍ବାଇଡ୍ କଲେକ୍ସନ୍ ୪୦୦ କୋଟି ପାର କରିଛି ।
ଭାରତରେ ଏହି ଫିଲ୍ମ ୨୨୦ କୋଟି ଆୟ କରିଛି । ଏଥିସହିତ କେବଳ ହିନ୍ଦୀରେ ଏହି ଫିଲ୍ମ ୨୧୨ କୋଟି ୫୦ ଲକ୍ଷ ପାର କରିଛି । ତେବେ ପଠାନର ବୁକିଂ ଆରମ୍ଭ ହେବା ପୂର୍ବରୁ ଫିଲ୍ମଟି ଚାଲିବା ନେଇ ଆଶା କରିଥିଲେ ଫ୍ୟାନ୍ସ । କିନ୍ତୁ ଶାହରୁଖଙ୍କ ଫିଲ୍ମ ଏପରି ବ୍ଲକ ବଷ୍ଟର ହେବା ନେଇ କେହି ବି ଚିନ୍ତା କରିନଥିଲେ । ତେବେ ଫିଲ୍ମଟି ପଞ୍ଚମ ଦିନରେ ନୂଆ ରେକର୍ଡ କରିବ । ତେବେ ଚତୁର୍ଥ ଦିନ ତଥା ଶନିବାର ଦିନ ‘ପଠାନ’ ପୁଣି ଥରେ ବକ୍ସ ଅଫିସରେ ଅର୍ଦ୍ଧଶତକ ହାସଲ କରିଥିଲା । ରିଲିଜ ହେବା ପରଠାରୁ ତୃତୀୟ ଥର ପାଇଁ ୫୦ କୋଟିର ମାର୍କ ଅତିକ୍ରମ କରିଛି ଏହି ଚଳଚ୍ଚିତ୍ର । ଭାରତରେ ଶନିବାର ୪୩.୨୫ କୋଟି ଟଙ୍କା ସଂଗ୍ରହ କରିଥିଲା।
ବକ୍ସ ଅଫିସ୍ ଟ୍ରେଣ୍ଡଗୁଡିକର ଆକଳନ ଅନୁଯାୟୀ ରବିବାର ଦିନ ଫିଲ୍ମ ଶନିବାର ଅପେକ୍ଷା ଅଧିକ ରୋଜଗାର କରୁଛି ଏବଂ ଶୋ’ରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଲାଗି ରହିଛି । ଶନିବାର ଆୟକୁ ନଜରରେ ରଖିଲେ ପଞ୍ଚମ ଦିନରେ ଫିଲ୍ମର କଲେକ୍ସନ୍ ୬୩ ରୁ ୬୫ କୋଟି ହେବା ନେଇ ଆଶା କରାଯାଇଛି । ତେବେ ବଲିଉଡର ଟପ୍ ୧୦ ଫିଲ୍ମ ବିଷୟରେ କହିବାକୁ ଗଲେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଭାବେ ପ୍ରଥମ ସ୍ଥାନରେ ରହିଛି ଅମୀର ଖାନଙ୍କ ଫିଲ୍ମ ଦଙ୍ଗଲ ରହିଛି । ଏହି ଲିଷ୍ଟର ଅଷ୍ଟମରେ ସଲମାନଙ୍କ ସୁଲତାନ ରହିଥିବା ବେଳେ ଶାହରୁଖଙ୍କ ପଠାନ ନବମ କିମ୍ବା ଦଶମ ସ୍ଥାନ ହାତେଇପାରେ ଏହି ଚଳଚିତ୍ର ।
ବଲିଉଡର ଶ୍ରେଷ୍ଠ ୧୦ ତାଲିକାରେ ୯ମ ନମ୍ବରରେ ‘ଧୁମ୍ ୩’ ରହିଛି । ଏହାର ମୋଟ ସଂଗ୍ରହ ପ୍ରାୟ ୨୮୪ କୋଟି ଥିଲା । ଯଦି ପଠାନ ୫ମ ଦିନରେ ୨୮୦ କୋଟି ପାର କରେ ତେବେ ଏହି ସ୍ଥାନ ଦଖଲ କରିବ । ନଚେତ ଦଶମ ସ୍ଥାନରେ ଥିବା ଅଜୟ ଦେବଗନଙ୍କ ‘ତାନାଜି’ର ସ୍ଥାନ କରିବ ହାସଲ । ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦୀର୍ଘ ଦିନ ଧରି ଶାହାରୁଖଙ୍କ କୌଣସି ଫିଲ୍ମ ବଲିଉଡର ଶ୍ରେଷ୍ଠ ୧୦ଟି ଚଳଚ୍ଚିତ୍ର ତାଲିକାରେ ନାହିଁ। ତାଙ୍କର ଶେଷ ଚଳଚ୍ଚିତ୍ର ଯାହା ଏହି ତାଲିକାରେ ଥିଲା ତାହା ହେଉଛି ୨୦୧୩ରେ ରିଲିଜ୍ ହୋଇଥିବା ‘ଚେନ୍ନାଇ ଏକ୍ସପ୍ରେସ’।