Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ପଠାନ୍ ବକ୍ସ ଅଫିସ୍ କଲେକ୍ସନରେ ବ୍ରେକ୍, ସୋମବାର ଅଧାରୁ ଅଧେ କମିଲା ଆୟ

31/01/2023 at 10:42 AM

ମୁମ୍ବାଇ ୩୧।୦୧ : ୪ ବର୍ଷ ପରେ ପରଦାକୁ ଫେରିଛନ୍ତି କିଙ୍ଗ ଖାନ୍ । ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ରୋମାନ୍ସ କିଙ୍ଗ । ଫ୍ୟାନ୍ସ ମଧ୍ୟ ଶାହରୁଖଙ୍କ ଫିଲ୍ମକୁ ଭଲ ରିଆକ୍ସନ ଦେଉଛନ୍ତି । ରବିବାର ଦିନ ଭାରତରେ ପ୍ରାୟ ୬୦ କୋଟି ୭୫ ଲକ୍ଷ ରୋଜଗାର କରିଥିବା ବେଳେ କେବଳ ହିନ୍ଦୀରେ ସଂଗ୍ରହ କରିଛି ୫୮ କୋଟି ୫ ଲକ୍ଷ । କିନ୍ତୁ ସୋମବାର ଫିଲ୍ମର ଆୟ ଅଧାରୁ ଅଧା କମ୍ ହୋଇଯାଇଛି ।

ଟ୍ରେଡ୍ ଆନାଲିଷ୍ଟ ରମେଶ ବାଲାଙ୍କ ଅନୁଯାୟୀ, ପଠାନ ଷଷ୍ଠ ଦିନରେ ପ୍ରାୟ ୨୫ କୋଟି ଆୟ କରିଛି । ଏହା ସହିତ ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ପାର୍ କରିଛି 300 କୋଟି ।  ଏହାରି ମଧ୍ୟରେ ସାମ୍ନାକୁ ଆସିଛି ୬ ଷଷ୍ଠ ଦିନର ଆୟ । ଫିଲ୍ମ ମାତ୍ର ୬ ଦିନରେ ସମଗ୍ର ବିଶ୍ବରେ ୬୦୦ କୋଟିର କରିଛି ରୋଜଗାର  । ଫିଲ୍ମକୁ ସପ୍ତାହେ ହେବ ଭଲ ରେସପନ୍ସ ମିଳୁଥିବା ବେଳେ ଏବେ କିନ୍ତୁ ଫିଲ୍ମ ପାଇଁ ଆସିଛି ପରୀକ୍ଷାର ଘଡି । କାରଣ ଛୁଟି ପରେ ଆରମ୍ଭ ହୋଇଛି କାର୍ଯ୍ୟ ଦିନ । ଏଥିପାଇଁ ପଠାନର ହୁ ହୁ ଗତିରେ ଲାଗିପାରେ ବ୍ରେକ୍ ।

ତେବେ ଫିଲ୍ମ କଥା କହିବାକୁ ଗଲେ ରିଲିଜ ହେବା ପରେ କ୍ରେଜରେ ରହିଛି  ପଠାନ୍ । ପ୍ରତିଦିନ କରୁଛି  ନୂଆ ନୂଆ ରେକର୍ଡ । ପୂର୍ବ ରେକର୍ଡ ଅନୁଯାୟୀ, ସୋମବାର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ହେଉଛି ‘ବାହୁବଲୀ ୨’ । ଏହାର ସଂଗ୍ରହ ୪୦ କୋଟିରୁ ଅଧିକ ରହିଥିଲା । ଏହାପଛକୁ ‘ଟାଇଗର ଜିନ୍ଦା ହେଁ’, ‘ହାଉସଫୁଲ୍-୪’ ଏବଂ ‘କ୍ରିଶ୍-୩’ ସୋମବାରରେ ୩୦ କୋଟିରୁ ଅଧିକ ଆୟ କରିଥିଲା । ସେହିପରି ‘ବଜରଙ୍ଗୀ ଭାଇଜାନ’ ୨୭ କୋଟି ଏବଂ ‘କେଜିଏଫ୍-୨’ ‘ସଞ୍ଜୁ’ ଏବଂ ‘ଦଙ୍ଗଲ’, ଯାହାର ପ୍ରଥମ ସୋମବାର ୨୫ କୋଟିରୁ ଅଧିକ ସଂଗ୍ରହ କରିଥିଲା।

   Related Posts