suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆସିକାରେ ପଥ ଉତ୍ସବର ଧୁମ

2/12/2018 at 12:58 PM

ବ୍ରହ୍ମପୁର ୨/୧୨ : ଆସିକାରେ ପଥମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଚେତନତା ସାଙ୍ଗକୁ ଆମ ଆସିକା ଆମ ଗୈ।ରବ ନାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପଥମହୋତ୍ସବ କାର୍ଯ୍ୟକ୍ରମ ଆସିକା ଏନଏସି ପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ବିଧାୟକ ଦେବରାଜ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଆସିକା ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ଆସିକା କାର୍ଯ୍ୟ ନିର୍ଵାହୀ ଅଧିକାରୀ ଅମିୟ ରଞ୍ଜନ ଦାଶଙ୍କ ଉପସ୍ଥିତରେ ପଥମହୋତ୍ସବ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଉଦଘାଟିତ ହୋଇଥିଲା ।

ଆମ ଆସିକା ଆମ ଗୈ।ରବ ଲକ୍ଷ୍ୟ ଉଦ୍ଦେଶ୍ୟରେ  ଆସିକା ଏନଏସି ପକ୍ଷରୁ ଏହି ପଥମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସ୍ଵଛ ଓ ସୁନ୍ଦର କରିବାକୁ ଏହାର ଲକ୍ଷ୍ୟ ବୋଲି କୁହାଯାଇଛି । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ଯୁବକ ଯୁବତୀ ଯୋଗଦେଇ ରାସ୍ତାରେ ଝୋଟି ଓ ଚତ୍ରକଳା ପ୍ରଦର୍ଶନ କରିଥିବା ବେଳେ କୁନୀ କୁନୀ ପିଲା ମାନେ ନାଚଗୀତ ରେ ଝୁମିଥୀଲେ । ସେପଟେ ଓଲିଉଡ ସିଙ୍ଗର ଗୈ।ତମ ଗିରିଙ୍କ ଗୀତ ଲୋକଙ୍କୁ ଅଧିକ ମନୋରଞ୍ଜନ କରିଥୀଲା ।

ଆସିକା ସହରରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାରୁ ଏହା ସ୍ଵାଗତ ଯୋଗ୍ୟ । ଏ ପ୍ରକାର କାର୍ଯ୍ୟକ୍ରମ  ଆସିକା ସହରରେ ଭାଇଚାରାର ରୂପ ସୃଷ୍ଟି କରିଵ । ବିଶେଷ ଭାବେ ଯୁବ ଓ ଛୋଟ ପିଲା ମାନଙ୍କ ମନୋରଞ୍ଜନ ପାଇଁ ପଥ ମହୋତ୍ସବ ବେଶ ଉପାଦେୟ ହେବ ।

ଆସିକା ଏନଏସି ପକ୍ଷରୁ ଆୟୋଜିତ ହୋଇଥିବାରୁ ଆମେ ଵହୁତ ଖୁସି ଅନୁଭବ କରୁଛୁ । ନାଚ ଗିତ ଓ ମେଲୋଡି ସାଙ୍ଗକୁ ଵହୁ ସଂଖ୍ୟାରେଲୋକଙ୍କ ସମାଗମ ଆସିକା ଲୋକଙ୍କ ପାଇଁ ଖୁସି ଆଣି ଦେଇଛି ।

ଆସିକାରେ ପଥମହୋତ୍ସବ ବେଶ ଆନନ୍ଦ ଆଣିଥୀବା ଵେଳେ ଲୋକଙ୍କୁ ମନୋରଞ୍ଜନରେ ଝୁମିଥୀଲେ । ପ୍ରତି ବର୍ଷ ପଥମହୋତ୍ସବ ହେବା ଆଶାକରିଛନ୍ତି ଆସିକା ବାସିନ୍ଦା ।

   Related Posts