ପଥୋତ୍ସବରେ ଜଲୱା ଦେଖାଇଲେ କୁନି କୁନି ପିଲା, ଭଙ୍ଗା ସାଇକେଲରେ ଷ୍ଟଣ୍ଟ୍ କରି ଜିଣିଲେ ସମସ୍ତଙ୍କ ମନ

Published By : Prameya-News7 Bureau | January 08, 2023 IST

ଭୁବନେଶ୍ବର 08/01: ଶୀତୁଆ ସକାଳରେ ଝୁମିଲେ ରାଜଧାନୀବାସୀ। ଏଥର  ଉତ୍ତର ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି ପଥ ଉତ୍ସବ। ରାସ୍ତା ଉପରେ ନୃତ୍ୟ ଗୀତ ସଂଗୀତ ସାଙ୍ଗକୁ  ପେଣ୍ଟିଂ । ପଥ ଉତ୍ସବରେ ହକି ବିଶ୍ଵକପର କ୍ରେଜ୍ । ଶିଖରଚଣ୍ଡୀ ଛକରୁ ଇନଫୋସିଟି ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି ଏହି ପଥଉତ୍ସବ। ରାସ୍ତା ଉପରେ ସକାଳୁ ସକାଳୁ ଲାଗିଥିଲା ଲୋକଙ୍କ ଭିଡ଼।  ବିଏମସି ଦ୍ବାରା ଆୟୋଜିତ ଏହି ପଥ ଉତ୍ସବ କାର୍ଯକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଉତ୍ତର ବିଧାୟକ ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସଙ୍କ ସହ ବହୁ କର୍ପୋରେଟର ଉପସ୍ଥିତ ଥିଲେ।

{"id":730504,"sizeSlug":"full","linkDestination":"none"}

ଏହି ପଥୋତ୍ସବ ଅବସରରେ ଶୀତୁଆ ସକାଳର ବେଶ୍ ମଜା ନେଉଛନ୍ତି ରାଜଧାନୀବାସୀ। ରାସ୍ତା ଉପରେ  ରଙ୍ଗୋଲି, ସାଇକଲ ଷ୍ଟଣ୍ଟ,  ଜୁମ୍ବା ଏରୋବିକ୍, ଜିମ୍ ସହ ଉତ୍କଳୀୟ ପରମ୍ପରା ଝୋଟି ସହ ପିଠାର ବାସ୍ନା କରିଥିଲା ସମସ୍ତଙ୍କ ମନ ମୁଗ୍ଧ।

{"id":730505,"sizeSlug":"full","linkDestination":"none"}

ଏହାରି ଭିତରେ ସମସ୍ତଙ୍କ ନଜର ଥିଲା ବସ୍ତି ପିଲାଙ୍କ ସାଇକଲ ଷ୍ଟଣ୍ଟ୍ ଉପରେ। କିଏ ଭଙ୍ଗା ସାଇକଲରେ ଜଲୱା ଦେଖାଇଲେ ତ କାହାରି ସାଇକେଲ୍ ବ୍ରେକ୍ ନାହି ତ ଆଉ କାହାର  ଭାଙ୍ଗି ଯାଇଛି ଗାର୍ଡ।  ଏଭଳି ଭଙ୍ଗା ସାଇକେଲରେ ପେଡାଲ୍ ମାରି  ନିଜର ଦୁଃସାହସିକ କଳା କୌଶଳ ଦେଖାଇଲେ ବସ୍ତି ପିଲା। କେତେବେଳେ ହାତ ଛାଡ଼ି ସାଇକଲକୁ ଘୁରାଇ ଦେଇଥାନ୍ତି ତ ଆଉ କେତେବେଳେ ସାଇକଲ ହେଉଥିଲା ଏୟାର ୱିଙ୍ଗ୍ ।  ମଝିରେ ମଝିରେ ଦୁଃସାହସିକ ଷ୍ଟଣ୍ଟ୍। ଯିଏ  ବି ଦେଖୁଥିଲା କହୁଥିଲା କୌଣସି  ଅଲିମ୍ପିଆନଙ୍କଠୁ ବି ଏମାନେ କାମ ନୁହନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.