ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ହାତୀପଲକୁ ଘଉଡାଇବା ପାଇଁ ଓଡ଼ିଶା ପେଟେଣ୍ଟ ମେଡିସିନ୍ ତିଆରି କରିଛନ୍ତି ଏହି ବ୍ୟକ୍ତି

19/12/2019 at 10:25 PM

ଭୁବନେଶ୍ୱର ୧୯।୧୨ – ହାତୀ ଉପଦ୍ରବକୁ ନେଇ ବିଭିନ୍ନ ସ୍ଥାନରେ ଲୋକେ ଯେତିକି ଅତିଷ୍ଠ ସେତିକି ନୟାନ୍ତ ହେଲାଣି ବନ ବିଭାଗ । ହାତୀ ତଡିବାକୁ ବାଜା, ବାଣ, ନିଆଁହୁଳା, ଲାଇଟ୍ ଆଉ ଯେମିତି କାମ ଦେଉନି । ଏତିକି ବେଳେ ଟାଙ୍ଗୀ ରେଞ୍ଜ୍ ପକ୍ଷରୁ ଏକ ପେଟେଣ୍ଟ ମେଡିସିନ୍ ଉପରେ ଚାଲିଛି ଏକ୍ସପେରିମେଣ୍ଟ । ସେପଟେ ବାଲେଶ୍ବର ନୀଳଗିରିର ଜଣେ ଚାଷୀ ଏକ ଘୋଡା ରଖି ନିଜର ୮୦ ଏକର ଫାର୍ମ ହାଉସକୁ କିପରି ହାତୀ କବଳରୁ ରକ୍ଷା କରିପାରିଛନ୍ତି ସେ ଫଣ୍ଡା ମଧ୍ୟ ପଦାକୁ ଆସିଛି । …

ଏ ଦୃଶ୍ୟ କେନ୍ଦୁଝର ସଦର ମଇଦାନକେଲ ଓ ରଘୁନାଥପୁର ଅଞ୍ଚଳର । କିଛି ଦିନ ହେଲା ଏଠି ଡେରା ପକାଇଛନ୍ତି ୧୩ ଟିକିଆ ହାତୀ ପଲ । ଗାଁରେ ପଶି ବାଡି, ବଗିଚା, ଚାଷବାସ, ଘର ଦ୍ବାର ନଷ୍ଟ କରିଚାଲିଛନ୍ତି । ଏ ଦୃଶ୍ୟ ଚୌଦ୍ବାରର । ଏଠି ସହର ମୁହାଁ ହାତୀପଲ। ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବକୁ ନେଇ ଲୋକେ ନୟାନ୍ତ ହେଲେଣି । ବନ ବିଭାଗର ନିଦ ହାଜିଲାଣି । ହାତୀ ଘଉଡାଇବାକୁ ଲୋକଙ୍କ ସହ ମିଶି ବନ ବିଭାଗ ବାଜା, ବାଣ, ନିଆଁହୁଳା, ଲାଇଟ୍ ଏମିତି କେତେ କ’ଣ ସାହାର ନେଉଛି କିନ୍ତୁ ଏ ଦୃଶ୍ୟକୁ ଦେଖନ୍ତୁ । ଇଏ ବାଲେଶ୍ବର ଜିଲ୍ଲା ନୀଳଗିରିର ଏକ ଫାର୍ମ ହାଉସ । ଇଏ ସେଇ ସ୍ଥାନ ଯେଉଁଠି ଝାଡଖଣ୍ଡି ହାତୀଙ୍କ ଉତ୍ପାତ କହିଲେ ନସରେ । କିନ୍ତୁ ସନ୍ତୋଷ ଖଟୁଆ ନାମକ ଜଣେ ବ୍ୟକ୍ତିଙ୍କ ୮୦ ଏକରର ଏହି ଫାର୍ମ ହାଉସକୁ ହାତୀ ମାଡନ୍ତି ନାହାନ୍ତି । ଆଶ୍ଚର୍ଯ୍ୟ ହେଲେବି କଥାଟି ସତ । ଏହାର କାରଣ ହେଉଛି ଫାର୍ମ ହାଉସରେ ଗୋଟିଏ ଘୋଡା ରହିଛି । କୁହାଯାଉଛି ଘୋଡା ମଳ ବାସ୍ନାରେ ହାତୀ କୁଆଡେ ଫାର୍ମ ହାଉସ ପାଖ ମାଡୁ ନାହାନ୍ତି ।

ତ ଘୋଡା ଥିଲେ ହାତୀ ଆସିବେ ନାହିଁ । ଟାଙ୍ଗୀରେ କିନ୍ତୁ ହାତୀ ଘଉଡାଇବାକୁ ଭିନ୍ନ ଫଣ୍ଡା ଆପଣାଇଛି ବନ ବିଭାଗ । ବନ୍ୟ ଜନ୍ତୁଙ୍କ ଉପରେ ଗବେଷଣା କରୁଥିବା ଜଣେ ବ୍ୟକ୍ତିଙ୍କ ପରାମର୍ଶରେ ତିଆରି ହୋଇଛି ପେଟେଣ୍ଟ ମେଡିସିନ୍ । ଗୋବର, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ ଏବଂ ଧୂଆଁ ପତ୍ରକୁ ମିଶାଇ ତିଆରି ହୋଇଛି ହାତୀ ଘଉଡାଇବା ଔଷଧ । ଏହାକୁ କପଡା ରେ ବାନ୍ଧି ଘର, ଫସଲ, ବାଡିରେ ବାନ୍ଧିଲେ ହାତୀ ପାଖ ମାଡିବନି ବୋଲି ଔଷଧ ପ୍ରସ୍ତୁତକାରୀ ଦାବି କରନ୍ତି । ଟାଙ୍ଗୀରେ ବନ ବିଭାଗ ଏବେ ଏହି ଫଣ୍ଡା ଆପଣାଇଛି । କେବଳ ହାତୀ ନୁହେଁ ବରାହା ଏବଂ ଅନ୍ୟ ଜଙ୍ଗଲୀ ଜୀବଙ୍କ କବଳରୁ କିପରି ଧନ ଜୀବନ ରକ୍ଷା କରାଯାଇପାରିବ ତାହାର ଉପାୟ ମଧ୍ୟ ବନ ବିଭାଗକୁ ବତାଇଛନ୍ତି ବନ୍ୟ ଜନ୍ତୁଙ୍କ ଉପରେ ଗବେଷଣା କରୁଥିବା ସଂପୃକ୍ତ ବ୍ୟକ୍ତି । ବିଭାଗୀୟ ଅଧିକାରୀଙ୍କୁ ଏନେଇ ପ୍ରଶିକ୍ଷଣ ଦେଇଛନ୍ତି ।

ସିଏ ଘୋଡା ମଳ ହେଉ ଅବା ବିପିନ ପ୍ରଧାନଙ୍କ ପେଟେଣ୍ଟ ମେଡିସିନ୍, ଯଦି ବାସ୍ତବରେ ଏହା ଦ୍ବାରା ହାତୀଠୁ ଧନ ଜୀବନକୁ ସୁରକ୍ଷା ମିଳିପାରୁଛି, ତେବେ ଏହା ଉପରେ ଅଧିକ ଗବେଷଣା ଆବଶ୍ୟକତା ରହିଛି ନିଶ୍ଚୟ ।

   Related Posts