ବାଲିଯାତ୍ରା ସପ୍ତମ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ପେଟେଣ୍ଟ ମେଡିସିନ୍ ଓ କଳାହାଣ୍ଡିର ଘୁମୁରା ନୃତ୍ୟ

Published By : Prameya-News7 Bureau | November 19, 2019 IST

କଟକ ୧୯।୧୧: ବାଲିଯାତ୍ରାରେ ସପ୍ତମ ସଂଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପେଟେଣ୍ଟ ମେଡିସିନ୍ ଓ କଳାହାଣ୍ଡିର ଘୁମୁରା ନୃତ୍ୟ । ପାରମ୍ପରିକ ଓଡିଆ ନୃତ୍ୟ ଗୀତ ଓ ଅକ୍ଷୟ ମହାନ୍ତିଙ୍କ ନାଟକକୁ ବେଶ୍ ଉପଭୋଗ କରିଥିଲେ ଦର୍ଶକ ।

{"id":186653,"sizeSlug":"large"}

କଟକ ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚ ମାଧ୍ୟମରେ ଏପରି ଓଡିଆ ଲୋକକଳାର ପ୍ରଚାର ପ୍ରସାର ପାଇଁ ପ୍ରୟାସ ହୋଇଥାଏ । ସୋମବାର ସଂଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ପରିବେଶିତ ଏହି ଘୁମୁରା ନୃତ୍ୟ ତାର ଏକ ଉଦାହରଣ ।

{"id":186654,"sizeSlug":"large"}

ପରେ ପଥ ଉତ୍ସବ ମଞ୍ଚରେ ପ୍ରଦର୍ଶିତ ହୋଇଥିଲା ଅକ୍ଷୟ ମହାନ୍ତିଙ୍କ ପେଟେଣ୍ଟ ମେଡିସିନ । ଟେଣ୍ଟ ମେଡିସିନରେ ନିଚ୍ଛକ ଓଡିଆ କଥା ବସ୍ତୁ, ଭାଷା ଓ କଳାକାରମାନଙ୍କ ସୁନ୍ଦର ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଶେଷରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ପରିବେଶିତ ହୋଇଥିବା ସଂଗୀତ ଆସର ମଧ୍ୟ ଥିଲା ବେଶ୍ ଉଚ୍ଚକୋଟିର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.