କଳାହାଣ୍ଡି ପାଇଁ ଗୌରବ ପଟାୟତ ସାହୁ, ଜିଲ୍ଲାରେ ପଦ୍ମଶ୍ରୀ ପାଇବାରେ ପ୍ରଥମ

Published By : Prameya-News7 Bureau | January 26, 2023 IST

ଧର୍ମଗଡ ୨୬/୦୧: କଳାହାଣ୍ଡି ଜିଲ୍ଲାର ଗର୍ବ ଆଉ ଗୌରବ ପଟାୟତ ସାହୁ। ପଦ୍ମଶ୍ରୀ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ। ଏହି ସମ୍ମାନ ହାସଲ କରିବାରେ ପଟାୟତ ସାହୁ ଜିଲ୍ଲାର ପ୍ରଥମ ବ୍ୟକ୍ତି। ବିଭିନ୍ନ ଔଷଧୀୟ ବୃକ୍ଷ ଲଗାଇ ଗତ ବର୍ଷ ‘ମନ କି ବାତ’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଟାୟତ ସାହୁଙ୍କୁ ଅନେକ ପ୍ରଶଂସା କରିଥିଲେ ।

{"id":737772,"sizeSlug":"full","linkDestination":"none"}

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନନ୍ଦୋଳ ଗାଁର ପଟାୟତ ସାହୁ ନିଜ ଘର ବାଡ଼ିରେ ଏକ ଏକର ଜମିରେ 3000ରୁ ଉର୍ଦ୍ଧ ଔଷଧୀୟ ବୃକ୍ଷ ଲଗାଇଛନ୍ତି ।ଦେଶର ବିଭିନ୍ନ ସ୍ଥାନରୁ ଅନେକ ଆୟୁର୍ବେଦିକ ବୃକ୍ଷ ଆଣି ଏକ ଉଦ୍ୟାନ କରିଛନ୍ତି । ତାଙ୍କ ଜୀବନର 35 ବର୍ଷ ଲଗାତାର ଭାବେ ସେ ଏହି କାର୍ଯ୍ୟ କରି ଆସୁଛନ୍ତି ।  ଔଷଧୀୟ ବୃକ୍ଷ ଲଗେଇବା ସହିତ ଆୟୁର୍ବେଦିକ ବୃକ୍ଷ ଉପରେ ଅନେକ ପୁସ୍ତକ ଅଧ୍ୟୟନ କରି ଏହାର ଡକୁମେଣ୍ଟ ମଧ୍ୟ କରିଛନ୍ତି ।

{"id":737774,"sizeSlug":"full","linkDestination":"none"}

ପଟାୟତ ସାହୁ ତାଙ୍କ ଉଦ୍ୟାନର ଫଳ ଫୁଲ ଏବଂ ପତ୍ର ଚେରରୁ ବିଭିନ୍ନ ଔଷଧ ତିଆର କରି ଅନେକ ଲୋକଙ୍କୁ ମାଗଣାରେ ଔଷଧ ବି ଦେଉଛନ୍ତି ।  ଏଥିପାଇଁ ବୈଦ ନାଁରେ ଅଞ୍ଚଳରେ ବେଶ ପରିଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.