ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଘରେ ଲୁଚାଇ ରଖିଥିଲେ ଏକ କୋଟି କୋଡିଏ ଲକ୍ଷ ଟଙ୍କାର ଗଞ୍ଜେଇ, ଚଢ଼ାଉ କଲା ପୋଲସ୍‌, ତାପରେ…

10/10/2021 at 4:51 PM

ପାଟପୁର, ୧୦/୧୦: ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସକୁ ମିଳିଛି ପୁଣି ଏକ ବଡ଼ ଧରଣର ସଫଳତା । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ ଏହି ଥାନା ଅନ୍ତର୍ଗତ ମୋହିବିଲ ଗାଁ ଏବଂ ଘାସିଆମ୍ବ ଗାଁରେ ପୋଲିସ ଅତର୍କିତ ଚଢ଼ାଉ କରିଛି। ଏସ୍‌ଡିପିଓ ଉମା ସଙ୍କର ସିଂ, ସାନଖେମୁଣ୍ଡି ତହସିଲଦାର ଏବଂ ବରଗଡ଼- ଧରକୋଟ, ଥାନା ଆଇଆଇସି ସମେତ ପୋଲିସ୍ ଫୋର୍ସ ଉପସ୍ଥିତରେ ପାଖାପାଖି ଦଶଟି ଘରୁ ଆଠ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଛି ପୋଲିସ ।

ଏହାର ଆନୁମାନିକ ମୂଲ୍ୟ ଏକ କୋଟି କୋଡିଏ ଲକ୍ଷ ଟଙ୍କା। ଏନେଇ ପାଟପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସଡିପିଓ ଉମା ଶଙ୍କର ସିଂ।

   Related Posts