ଯୋଗଗୁରୁ ବାବା ରାମଦେବଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି; ମାନହାନୀ ମାମଲାକୁ ବନ୍ଦ କଲେ ସର୍ବୋଚ୍ଚ ଅଦାଲତ

Published By : Prameya-News7 Bureau | August 13, 2024 IST

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ ବଡ଼ ଆଶ୍ବସ୍ତି । ପତଞ୍ଜଳିର ଭ୍ରମିତ ବିଜ୍ଞାପନକୁ ନେଇ ଦାୟର ହୋଇଥିବା ମାନହାନୀ ମାମଲାକୁ ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତି । ପତଞ୍ଜଳି ପକ୍ଷରୁ ସର୍ବୋଚ୍ଚ ଅଦାଲତରେ କ୍ଷମା ପ୍ରାର୍ଥନାର ସତ୍ୟପାଠ ଦାଖଲ ହୋଇଥିଲା । ଏହାକୁ ସ୍ବିକାର କରି କେସ୍‌କୁ ବନ୍ଦ କରିଛନ୍ତି ଜଷ୍ଟିସ୍ ହିମା କୋହଲି ଏବଂ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ । 

ପତଞ୍ଜଳିର କୋଭିଡ୍-୧୯ ଭ୍ୟାକ୍ସନକୁ ନେଇ କ୍ୟାମ୍ପ ଚଳାଇଥିବା ଅଭିଯୋଗ କରିଥିଲା ଇଣ୍ଡିଆ ମେଡିକାଲ ଆସୋସିଏନ ବା ଆଇଏମଏ । ଏହି ମାମଲା କୋର୍ଟକୁ ଯାଇଥିଲା । ଲୋକଙ୍କୁ ଭ୍ରମିତ କରୁଥିବା ବିଜ୍ଞାପନ ତୁରନ୍ତ ହଟାଇବାକୁ ଅଦାଲତ ପତଞ୍ଜଳି ଅୟୁର୍ଦେବକୁ ଚେତାବନୀ ଦେଇଥିଲେ ।  ଇଣ୍ଡିଆ ମେଡିକାଲ ଆସୋସିଏନ ପକ୍ଷରୁ ଦାୟର ହୋଇଥିବା ଆବେଦନରେ କୁହାଯାଇଥିଲା, ପତଞ୍ଜଳି ଆୟୁର୍ବେଦ ଏଲୋପାଥିକ୍ ଔଷଧକୁ ଉପେକ୍ଷା କରୁଛି । ଯାହା ଲୋକ ପାଇଁ କ୍ଷତିକାରକ । ଡ୍ରଗ୍ସ ଆଣ୍ଡ୍ ମ୍ୟାଜିକ୍ ରେମେଡିଜ୍ ଆକ୍ଟ ୧୯୫୪ ଏବଂ କଞ୍ଜୁମର ପ୍ରୋଟେକ୍ସନ ଆକ୍ଟ-୨୦୧୯ର ଏହା ସିଧା ସିଧା ଉଲ୍ଲଙ୍ଘନ ବୋଲି କୁହାଯାଇଥିଲା । 

ପତଞ୍ଜଳି ଆୟୁର୍ବେଦ ଦାବି କରିଥିବା ତାଙ୍କ କମ୍ପାନି ଦ୍ବାରା ତିଆରି ହୋଇଥିଲା କୋଭିଡ୍-୧୯ ଭ୍ୟାକ୍ସନ ‘କରୋନିଲ୍ ଏବଂ ସ୍ବାସାରୀ’ରେ କରୋନା ରୋଗୀଙ୍କୁ ଉପଚାର ମିଳୁଛି । ଏହା ପରେ ଆୟୁଷ ମନ୍ତ୍ରାଳୟ ପତଞ୍ଜଳି ବିରୋଧରେ ମାମଲା ରୁଜୁ କରିଥିଲା । ତୁରନ୍ତ ଭ୍ରମିତ କଲା ଭଳି ବିଜ୍ଞାପନ ଉପରେ ରୋକ୍ ଲଗାଇବାକୁ କହିଥିଲା । ପରେ କୋର୍ଟରେ ମାମଲା ଚାଲିଥିଲା । ଏବେ  ଯୋଗଗୁରୁ ବାବା ରାମଦେବ ଏବଂ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନାର ସତ୍ୟପାଠ ଦଖଲ କରିବା ପରେ ଏହି ମାମଲାକୁ ବନ୍ଦ କରାଯାଇଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.