ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29/01/2023 at 2:28 PM

ବଲାଙ୍ଗୀର 29/01: ନାବାଳକ ପେଟରେ ପଶିଗଲା ବର୍ଚ୍ଛା। ପାଟଣାଗଡ ବେଲପଡା ଥାନା ଅଏଲାଭଟା ଗାଁରେ ଅଘଟନ। ୧୬ ବର୍ଷର ବାଳକ ପେଟରେ ପଶିଗଲା ବର୍ଚ୍ଚା। ଗୁରୁତର ଅବସ୍ଥାରେ ନାବାଳକୁ ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ବାଳକ ହେଲେ ରାଜୁ ଥାନାପତି। ରାଜୁ ହାତରେ ବର୍ଚ୍ଛା ଧରି ଛେଳି ଚରାଇବାକୁ ଯାଉଥିଲା। ତେବେ ଏହି ସମୟରେ ନାବାଳକ ଜଣକ ପଡି ଯିବାରୁ ହାତରେ ଧରିଥିବା ବର୍ଚ୍ଛାଟି ନାବାଳକର ପେଟରେ ପଶି ଯାଇଥିଲା।
ଗୁରୁତର ଅବସ୍ଥାରେ ନାବାଳକକୁ ପ୍ରଥମେ ପରିବାର ଲୋକେ ବେଲପଡା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ବର୍ଚ୍ଛାକୁ କାଢିପାରିନଥିଲେ । ପରେ ଅଧିକ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023