ରେକର୍ଡ କଲା ବାବାଙ୍କ ପତଞ୍ଜଳି ବିସ୍କୁଟ: Horlicks କୁ ପଛରେ ପକାଇ ରୋଜଗାର କଲା ୪୪୨ କୋଟି ଟଙ୍କା
27/08/2020 at 3:14 PM

ନୂଆଦିଲ୍ଲୀ ୨୭/୦୮ : କରୋନା ସମୟରେ ବହୁଳ ମାତ୍ରାରେ ବିସ୍କୁଟ ବ୍ୟବହାର ହୋଇଛି। ଆର୍ଥିକ ବର୍ଷ ୨୦୧୯-୨୦ ରେ କ୍ଷୀର ବିସ୍କୁଟ ବଜାର ବୃଦ୍ଧି ପାଇ ୧୮୦୦ କୋଟି ଟଙ୍କା ହୋଇଛି | ପତଞ୍ଜଳି ବିସ୍କୁଟ ବ୍ୟବସାୟ ଚଳିତ ଆର୍ଥିକ ବର୍ଷରେ Horlicks କୁ ମଧ୍ୟ ପଛରେ ପକାଇ ଦେଇଛି | ଆର୍ଥିକ ବର୍ଷ ୨୦୧୭-୧୮ ରେ ପତଞ୍ଜଳି ବିସ୍କୁଟ ବ୍ୟବସାୟ ୨୮୪ କୋଟି ଟଙ୍କା ହୋଇଥିଲା | ତାହା ଚଳିତ ଆର୍ଥିକ ବର୍ଷରେ ବୃଦ୍ଧି ପାଇ ୪୪୨ କୋଟି ଟଙ୍କା ହୋଇଛି |
ପତଞ୍ଜଳି ଘିଅ, ମହୁ, ଟୁଥପେଷ୍ଟ, ବିସ୍କୁଟ ଶ୍ରେଣୀରେ ନିଜର ଉପସ୍ଥିତିକୁ ମଜବୁତ କରିଛି | ବ୍ରିଟାନିଆର କ୍ଷୀର ବିସ୍କୁଟ ମାର୍କେଟ ଡିଲର କିନ୍ତୁ ତାର ଅଂଶଧନ ହ୍ରାସ ପାଇ ୪୮.୯ ପ୍ରତିଶତ ରହିଛି | ଆର୍ଥିକ ବର୍ଷ ୨୦୧୭-୧୮ ରେ ହର୍ଲିକ୍ସ ବିସ୍କୁଟର ବଜାର ଅଂଶଧନ ୧୪.୩ ପ୍ରତିଶତ ଥିଲା ଏବଂ କ୍ଷୀର ବିସ୍କୁଟ ଶ୍ରେଣୀରେ ଏହା ଦ୍ୱିତୀୟ ସବୁଠାରୁ ବଡ ବ୍ରାଣ୍ଡ | ଏହି ଆର୍ଥିକ ବର୍ଷରେ କମ୍ପାନୀର ବିକ୍ରି ୨୦୭ କୋଟି ଟଙ୍କା ଥିଲା ଏବଂ ଏହାର ବଜାରର ଅଂଶଧନ ୧୧.୫ ପ୍ରତିଶତ ରହିଥିଲା | ବର୍ତ୍ତମାନ ପତଞ୍ଜଳି କ୍ଷୀର ବିସ୍କୁଟ ୧୩.୬ ପ୍ରତିଶତ ବଜାର ଅଂଶଧନ ସହ ଦ୍ୱିତୀୟ ସବୁଠାରୁ ବଡ କ୍ଷୀର ବିସ୍କୁଟ ବ୍ରାଣ୍ଡ ହୋଇଛି |

ଫୋର୍ବସ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଆର୍ଥିକ ବର୍ଷ ୨୦୧୭-୧୮ ରେ କ୍ଷୀର ବିସ୍କୁଟର ବଜାର ୧୪୫୦ କୋଟି ଟଙ୍କା ଥିଲା | ସେତେବେଳେ ପତଞ୍ଜଳିର ଅଂଶଧନ ୬.୭ ପ୍ରତିଶତ ଥିଲା ଓ ସେ ୯୭ କୋଟି ଟଙ୍କାର ବିସ୍କୁଟ ବିକ୍ରି କରିଥିଲା | ବ୍ରିଟାନିଆର କ୍ଷୀର ବିସ୍କୁଟ ୫୦ ପ୍ରତିଶତ ଅଂଶଧନ ସହ ଶୀର୍ଷରେ ଥିଲା | କିନ୍ତୁ ବର୍ତ୍ତମାନ ତାର ଅଂଶଧନ ସାମାନ୍ୟ ହ୍ରାସ ପାଇ ୪୮.୯ ପ୍ରତିଶତ ହୋଇଛି | ତଥାପି ସେ ପ୍ରଥମ ସ୍ଥାନରେ ଅଛି |

୧୯୩୦ ମସିହାରେ ଭାରତରେ ଶୁଭାରମ୍ଭ ପରଠାରୁ ହର୍ଲିକ୍ସ ଏହାର ପ୍ରତିଯୋଗୀ ବୋର୍ନଭିଟା ଏବଂ କମ୍ପ୍ଲେନ୍ ଉପରେ ବୀଜର ସ୍ଥାୟୀତ୍ୱ ବଜାୟ ରଖିଛି | ତା ପାଖରେ ୪୩ ପ୍ରତିଶତ ବାହାର ଅଂଶଧନ ଅଛି | ହର୍ଲିକ୍ସ ଏବେ HUL ର ବ୍ରାଣ୍ଡ। ହର୍ଲିକ୍ସ କ୍ଷୀର ବିସ୍କୁଟ ସେଗମେଣ୍ଟରେ ମଧ୍ୟ ନିଜର ସ୍ଥିତି ମଜବୁତ ରଖିଛି |

ନିଲସେନ୍ ତଥ୍ୟ ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷରେ ପତଞ୍ଜଳି କ୍ଷୀର ବିସ୍କୁଟ ୨୪୯ କୋଟି ଟଙ୍କାର ବିସ୍କୁଟ ବିକ୍ରି କରିଛି | ଏହି ୩ ବର୍ଷରେ ପତଞ୍ଜଳି ବିସ୍କୁଟ ଦ୍ରୁତ ଗତିରେ ଆଗକୁ ବଢିଛି | ପତଞ୍ଜଳି କ୍ଷୀର ବିସ୍କୁଟ ୩ଟି ଜିନିଷ ଉପରେ ଦୃଷ୍ଟି କେନ୍ଦ୍ରିତ କରିଥିଲା ଯେଉଁଥିପାଇଁ ସଫଳ ହୋଇଛି | ପ୍ରଥମ ଓ ସବୁଠାରୁ ମହତ୍ଵପୁର୍ଣ ହେଲା ପତଞ୍ଜଳି ଗାଈ କ୍ଷୀର ବ୍ୟବହାର କରିଛି | ଦ୍ୱିତୀୟରେ ଲୋକଙ୍କୁ କହିଛି ଯେ ୧୦୦ ପ୍ରତିଶତ ଗହମରେ ବିସ୍କୁଟ ତିଆରି | ତୃତୀୟରେ କମ୍ପାନୀ ପାକେଟରେ ଜାହିର କରିଛି ଯେ ଏଥିରେ କୋଲେଷ୍ଟ୍ରଲ କିମ୍ବା ଟ୍ରାନ୍ସଫେଟ୍ ନାହିଁ |