scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ବ୍ରାଜିଲର ଶକ୍ତିଶାଳୀ ଗୁଲାମ୍ ପାଟା ସେକା,  200 ପିଲାଙ୍କୁ ଦେଇଥିଲେ ଜନ୍ମ

27/08/2023 at 6:21 PM

ନୂଆଦିଲ୍ଲୀ 27/08 :  ଆଫ୍ରିକୀୟମାନଙ୍କ ଉପରେ ଦାସତ୍ୱ ଏକ ଅଭିଶାପ ଭଳି।  ଯାହା ସେମାନେ ଶତାବ୍ଦୀ ଧରି ଭୋଗି ଆସୁଥିଲେ। ବିଦେଶୀମାନେ ଆଫ୍ରିକୀୟମାନଙ୍କୁ ସେମାନଙ୍କ କାମ ପାଇଁ କ୍ରୀତଦାସ କରି ରଖୁଥିଲେ। ଏଠାରେ ପୁରୁଷ ଗୁଲାମଙ୍କର ମୂଲ୍ୟ ମହିଳାମାନଙ୍କ ତୁଳନାରେ ଅଧିକ । 12 ରୁ 30 ବର୍ଷ ବୟସର ପୁରୁଷମାନଙ୍କୁ ଗୁଲାମ କରି ରଖି ସେମାନଙ୍କୁ 14-15 ଘଣ୍ଟା ନନ୍-ଷ୍ଟପ୍ କାମ କରାଯାଉଥିଲା। ସେମାନଙ୍କୁ ଏତେ ପରିଶ୍ରମ କରାଯାଉଥିଲା ଯେ ସେମାନେ 35 ବର୍ଷ ବୟସରେ ବି ଦେଖାଯାଉଥିଲେ ବୃଦ୍ଧ । ମାଲିକ ମାନଙ୍କ ଜୁଲୁମ୍ ସହ୍ୟ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ୁଥିଲା। କିନ୍ତୁ, ଏହି ଗୁଲାମ୍ ମାନଙ୍କ ମଧ୍ୟରେ ଏପରି ଜଣେ ବ୍ୟକ୍ତି ଥିଲେ, ଯାହାର ଖାଦ୍ୟ ଏବଂ ପାନୀୟର ଯତ୍ନ ନିଆଯାଉଥିଲା ।  ତାଙ୍କୁ କମ୍ ଶାରୀରିକ ପରିଶ୍ରମ କରିବାକୁ କୁହାଯାଉଥିଲା। ଏହି ବ୍ୟକ୍ତିଙ୍କ ନାଁ ଥିଲା ରୋକ୍ ଜୋସ୍ ଫ୍ଲୋରେନ୍ସିଓ, ଯିଏ ପରେ  ‘ପାଟା ସେକା’ ନାଁରେ ଜଣାଶୁଣା।

ଉନ୍ନବିଂଶ ଶତାବ୍ଦୀରେ ପାଟା ବ୍ରାଜିଲର ଜଣେ ଜମିଦାରଙ୍କ ଦ୍ୱାରା ଦାସ ହୋଇଥିଲେ। ପାଟା ସେକାର ଉଚ୍ଚତା 7 ଫୁଟ 2 ଇଞ୍ଚ। ସେ ଥିଲା ବହୁତ ଶକ୍ତିଶାଳୀ। କୁହାଯାଏ ଯେ ସେ 130 ବର୍ଷ ବଞ୍ଚିଥିଲେ। କିନ୍ତୁ ତାଙ୍କ ଜୀବନ ମାଲିକଙ୍କ ପାଇଁ  ପିଲା ଜନ୍ମ କରିବାରେ ବିତି ଯାଇଥିଲା। ପାଟାଙ୍କୁ ତା ମାଲିକ ପିଲା ଜନ୍ମ କରିବାକୁ କହୁଥିଲେ। ଏଥିପାଇଁ ପ୍ରତିଦିନ ସେ ଅନେକ ଭିନ୍ନ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲେ । ଏ ମିତିକି ସେ ଜୋର ଜବରଦସ୍ତି ସଂପର୍କ ବି ରଖୁଥିଲେ। କାରଣ ମାଲିକମାନଙ୍କ ଉଦ୍ଦେଶ୍ୟ ଥିଲା ପାଟାଙ୍କ ଠାରୁ ଯେଉଁ ପିଲା ଜନ୍ମ ହେବେ ସେମାନେ ବି ମାଲିକଙ୍କର ଗୁଲାମ୍ ହୋଇ ରହିବେ। ସେଥିପାଇଁ ପାଟାର ନିୟମିତ ଦେଖାଚାହାଁ କରାଯାଉଥିଲା। ତାଙ୍କୁ ଭଲ ଖାଦ୍ୟ ଦିଆଯାଉଥିଲା। ତାଙ୍କୁ ପିଲା ଜନ୍ମ କରିବା କାମରେ ନିୟୋଜିତ କରାଯାଉଥିଲା।

ପାଟା ସେକା ତାଙ୍କ ଜୀବନରେ କେତେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ସେ ବିଷୟରେ କୌଣସି ସଠିକ୍ ସୂଚନା ନାହିଁ । ତଥାପି, ଏକ ଆକଳନ ଅନୁଯାୟୀ, ସେ 200 ରୁ ଅଧିକ ପିଲାଙ୍କୁ ଜନ୍ମ ଦେଇଥିଲେ। ଯେଉଁମାନେ ସେମାନଙ୍କ ପିତାଙ୍କଠାରୁ ଦାସତ୍ୱର ଉତ୍ତରାଧିକାରୀ ହୋଇଥିଲେ। କେତେକ ଛୁଆଙ୍କୁ ଲାଭ ପାଇଁ ବିକ୍ରି କରାଯାଉଥିଲା।

1888ରେ ଯେତେବେଳେ ବ୍ରାଜିଲରେ ଦାସତ୍ୱ ଶେଷ ହେଲା, ପାଟା ସେକା ସ୍ୱାଧୀନତା ପାଇଲେ।  ବଞ୍ଚିବା ପାଇଁ କିଛି ଜମି ମଧ୍ୟ ପାଇଲେ। ମୁକ୍ତ ହେବା ପରେ ପାଟା ସେକା ପାଲମିରା ନାମକ ଜଣେ ଝିଅକୁ ପ୍ରେମ କରିଥିଲେ, ଯାହାଙ୍କୁ ସେ ବିବାହ କରିଥିଲେ। ଉଭୟଙ୍କର ମଧ୍ୟ ନଅ ସନ୍ତାନ ଥିଲେ। ସେ ଜମିଦାରଙ୍କଠାରୁ ପାଇଥିବା ଜମିରେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥିଲେ। ପାଟା  ତାଙ୍କ ପିଲାମାନଙ୍କୁ ଖୁବ୍ ଭଲ ପାଉଥିଲେ। ସେ କେବେବେି ଚାହୁଁ ନଥିଲେ ସେମାନେ ତାଙ୍କ ପରି ଗୁଲାମ ଗିରି କରନ୍ତୁ। ସେଥିପାଇଁ ସେମାନଙ୍କୁ ପାଠ ପଢ଼ିବାକୁ କହୁଥିଲେ।  ପାଟା ସେକା 1958 ମସିହାରେ 130 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ।

Also Read- ଇଏ ଇତିହାସର ସବୁଠାରୁ ଧନୀ ରାଜା; ଯାହାଙ୍କ ପାଖରେ ବିଲ୍ ଗେଟ୍ସ, ଏଲନ୍ ମସ୍କ କିଛି ବି ନୁହେଁ! ସେ ଉପହାର ବାଣ୍ଟିବା ପରେ କମିଥିଲା ସୁନାର ଦାମ୍

   Related Posts