Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଅଷ୍ଟ୍ରେଲିଆ ଦଳକୁ ପୁଣି ଝଟ୍‌କା: ତୃତୀୟ ଟେଷ୍ଟରେ ଖେଳିବେନି ପାଟ୍ କମିନ୍ସ, ଷ୍ଟିଭ୍ ସ୍ମିଥ୍‌ ହେବେ କ୍ୟାପ୍ଟେନ୍

24/02/2023 at 3:25 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳକୁ ପୁଣି ଏକ ଝଟ୍‌କା। ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳିବେନି ଅଧିନାୟକ ପାଟ୍ କମିନ୍ସ। ଘରୋଇ ସମସ୍ୟା ଥିବାରୁ ସେ ତୃତୀୟ ଟେଷ୍ଟ ପାଇଁ ଭାରତ ଫେରିପାରିବେନି ବୋଲି କମିନ୍ସ କହିବା ପରେ ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି। କମିନ୍ସଙ୍କ ସ୍ଥାନରେ ଉପଅଧିନାୟକ ଷ୍ଟିଭ୍ ସ୍ମିଥ୍ କ୍ୟାପ୍ଟେନ୍ ଦାୟିତ୍ୱ ସମ୍ଭାଳିବେ ବୋଲି ଅଷ୍ଟ୍ରେଲିଆ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଥାଉକି ଦ୍ୱିତୀୟ ଟେଷ୍ଟ ହାରିବା ପରେ କମିନ୍ସ ହଠାକ୍ ଘରୋଇ କାମ ପାଇଁ ଅଷ୍ଟ୍ରେଲିଆ ଫେରିଯାଇଥିଲେ। ତୃତୀୟ ଟେଷ୍ଟରେ ସେ ଫେରିଆସିବା ସମ୍ଭାବନା ଥିଲା। ହେଲେ ଏବେ ସେ ଆସିପାରିବେ ନାହିଁ ବୋଲି କହିଛନ୍ତି।

ପାଟ୍ କମିନ୍ସ ଅଷ୍ଟ୍ରେଲିଆର ବ୍ୟାଟିଂ ଓ ବୋଲିଂ ଦୁଇଟି ମୁଖ୍ୟ ଦାୟିତ୍ୱ ସମ୍ଭାଳୁଥିଲେ। ଏବେ ତାଙ୍କ ଅନୁପସ୍ଥିତି ଦଳ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହେବ। ଏମିତିରେ ପୂର୍ବ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଭାରତ ଠାରୁ ଲଜ୍ଜାଜନକ ଭାବେ ପରାସ୍ତ ହୋଇ ନିଜ ଦେଶରୁ ସମାଲୋଚନାର ଶିକାର ହୋଇଛି। ତେଣୁ ତୃତୀୟ ଟେଷ୍ଟରେ ଦଳ କମ୍‌ ବ୍ୟାକ୍ କରିବ ବୋଲି ଯୋଜନା କରୁଥିଲା। ହେଲେ ପ୍ରଥମେ ୱାର୍ଣ୍ଣର ଆହତ ହୋଇ ସିରିଜ୍‌ରୁ ବାଦ୍ ପଡ଼ିବା ପରେ ଏବେ କମିନ୍ସଙ୍କ ନ ଖେଳିବା ଅଷ୍ଟ୍ରେଲିଆ ପାଇଁ ସଂକଟ ହେବ।

ସୂଚନା ଥାଉକି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ ମ୍ୟାଚ୍‌ ବିଶିଷ୍ଟ ବର୍ଡର ଗାଭାସ୍କକର ଟ୍ରଫିର ପ୍ରଥମ ଦୁଇ ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଛି। ତୃତୀୟ ମ୍ୟାଚ୍‌ ମାର୍ଚ୍ଚ ୧ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରର ହୋଲ୍‌କର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଷ୍ଟିଭ୍ ସ୍ମିଥ୍ ଅଧିନାୟକ ପଦ ସମ୍ଭାଳିବେ।  

ସୂଚନା ଥାଉକି, ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେ ଷ୍ଟାର୍କ ଓ ଷ୍ଟାର୍ ଅଲ୍‌ରାଉଣ୍ଡର କ୍ୟାମରୁନ ଗ୍ରୀନ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି। ଏହି ଦୁଇ ଜଣଙ୍କ ତୃତୀୟ ଟେଷ୍ଟରେ ସାମିଲ୍ କରାଯାଇପାରେ ବୋଲି କୁହାଯାଉଛି।

   Related Posts