scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

AC କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଝଟ୍‌କା: ରେଲୱେ ଅସୁଲ କରିବ ୟୁଜର୍ସ ଫି !

28/09/2020 at 4:44 PM

ନୂଆଦିଲ୍ଲୀ ୨୮/୦୯ : ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ପଡିବ ମହଙ୍ଗା । କିଛି ବଡ ବଡ ଷ୍ଟେସନରେ ରେଲୱେ ୟୁଜର୍ସ ଫି ଅସୁଲ କରିବାକୁ ଯୋଜନା କରୁଛି । ଏହା ଟ୍ରେନ ଟିକେଟର ଅଂଶ ବିଶେଷ ହେବ । ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁସାରେ, ଏସି କୋଚରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅଧିକ ଫି ଦେବାକୁ ହେବ । ଫାଷ୍ଟ୍ କ୍ଲା୍ସ‌୍ ଏସିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ୩୦ ଟଙ୍କା ଫି ଦେବାକୁ ପଡିବ । ସେକେଣ୍ଡ କ୍ଲାସ ଓ ଥାର୍ଡ଼ ଟାୟାର ଏସିରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଫି କମ ରହିବ । ସ୍ଲିପର କ୍ଲାସ ଯାତ୍ରୀଙ୍କ ପାଇଁ ଫି ଆହୁରି କମ ରହିବ । ସର୍ବନିମ୍ନ ୟୁଜର୍ସ ଫି ୧୦ ଟଙ୍କା ଧାର୍ଯ୍ୟ କରାଯାଇଛି । ରେଳ ମନ୍ତ୍ରାଳୟ ଏ ସମ୍ବନ୍ଧରେ ଏକ ପ୍ରସ୍ତାବ ଉପରେ କାମ କରୁଛନ୍ତି । ଏହି ପ୍ରସ୍ତାବକୁ ଖୁବ ଶୀଘ୍ର ମଞ୍ଜୁରୀ ପାଇଁ କ୍ୟାବିନେଟରେ ଉପସ୍ଥାପନା କରାଯିବ ।

ରେଳ ମନ୍ତ୍ରାଳୟ କ୍ୟାବିନେଟ ମଞ୍ଜୁରୀ ପାଇଁ ପ୍ରସ୍ତାବ ତିଆରି କରିଛି । ପ୍ରସ୍ତାବ ଅନୁସାରେ ଯାତ୍ରା କରିବା ପରେ ଯାତ୍ରୀଙ୍କୁ ୟୁଜର୍ସ ଫି ଦେବାକୁ ହେବ । ଏହାଛଡା ଯଦି ଆପଣ କାହାକୁ ଛାଡିବାକୁ କିମ୍ବା ଆଣିବାକୁ ଷ୍ଟେସନ ଯାଆନ୍ତି ତାହେଲେ ପ୍ଲାଟଫର୍ମ ଟିକେଟ ଛଡା ଭିଜିଟର ଫି ମଧ୍ୟ ଦେବାକୁ ପଡିପାରେ ।

ରେଲୱେ ବୋର୍ଡ ସିଇଓ ବିକେ ଯାଦବ କହିଛନ୍ତି ଯେ ୟୁଜର୍ସ ଫି ଯୋଗୁଁ ସାଧାରଣ ଯାତ୍ରୀଙ୍କୁ ଅସୁବିଧା ହେବନାହିଁ । ଆସନ୍ତା ମାସରେ ୟୁଜର୍ସ ଫି ସମ୍ବନ୍ଧରେ ଅଧିସୂଚନା ଜାରି ହୋଇପାରେ । ନୂଆଦିଲ୍ଲୀ ରେଳ ଷ୍ଟେସନ ଏବଂ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାସର ପୁନଃନିର୍ମାଣ ପାଇଁ ଘରୋଇ କମ୍ପାନୀଗୁଡିକରୁ ବିଡ୍ ଗ୍ରହଣ କରିବାର ଶେଷ ତାରିଖ ଭାବରେ ରେଳବାଇ ନଭେମ୍ବର ୬ ତାରିଖ ସ୍ଥିର କରିଛି । ସଙ୍କଟ ଦେଇ ଗତି କରୁଥିବା ରେଲୱେ ପିପିପି ମୋଡ଼ରେ ୫୦ ଷ୍ଟେସନକୁ ପୁନଃନିର୍ମାଣ ପାଇଁ ଫଣ୍ଡ ଯୋଗାଡ କରିବାକୁ ଯାତ୍ରୀଙ୍କ ଠାରୁ ୟୁଜର୍ସ ଫି ନେବାକୁ ଯୋଜନା କରୁଛି ।

   Related Posts