INS ଚିଲିକାରେ ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ୍, ଅଭିବାଦନ ଗ୍ରହଣ କଲେ ନୌସେନା ମୁଖ୍ୟ
28/03/2023 at 6:54 PM

ଭୁବନେଶ୍ଵର: ସମଗ୍ର ଦେଶରେ ନୌସେନା ଅଗ୍ନିବୀରଙ୍କ ପ୍ରଥମ ମ୍ୟାଚ୍ଙ୍କ ଟ୍ରେନିଂ ସମାପ୍ତ ହୋଇଛି। ଆଉ ମଙ୍ଗଳବାର ଆଇଏନଏସ ଚିଲିକାରେ ପ୍ରଥମ ବ୍ୟାଚ୍ ନୌସେନା ଅଗ୍ନିବୀରଙ୍କ ପାସିଂ ଆଉଟ୍ ଅନୁଷ୍ଠିତ ହୋଇଛି। ୪ ମାସ ତାଲିମ ନେଲା ପରେ ୨୫୯୭ ଅଗ୍ନିବୀରଙ୍କ ପାସିଂ ଆଉଟ୍। ୨୫୯୭ ଅଗ୍ନିବୀରଙ୍କ ମଧ୍ୟରେ ୨୭୩ ଜଣ ମହିଳା ରହିଛନ୍ତି।

ପାସିଂ ଆଉଟ୍ରେ ନୌସେନା ମୁଖ୍ୟ ଆଡମିରାଲ ଆର.ହରି କୁମାର ଉପସ୍ଥିତ ରହି ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ସମୟରେ ଭାରତୀୟ ଅଲିମ୍ପିକ ସଂଘ ସଭାପତି ପିଟି ଉଷା ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ସମସ୍ତ ନୌସେନା ଅଗ୍ନିବୀରଙ୍କୁ ନୌସେନାର ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ।

ସୂଚନାଯୋଗ୍ୟ, ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାରେ ସାଢେ ୧୭ ବର୍ଷରୁ ୨୩ ବର୍ଷ ବର୍ଷ ପର୍ଯ୍ୟନ୍ତ ଯୁବକ ଏବଂ ଯୁବତୀ ମାନେ ସେନାରେ କାମ କରିବା ପାଇଁ ଆବେଦନ କରି ପାରିବେ। ଏହାରି ଆଧାରରେ ଅଗ୍ନିବୀର ଯବାନ ଭାବେ ୪ ବର୍ଷ କାମ କରି ପାରିବେ। କେନ୍ଦ୍ର ସରକାର ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ଅଗ୍ନିବୀରଙ୍କ ନିଯୁକ୍ତି ପାଇଁ ଯୁଦ୍ଧ କାଳିନ ଭିତ୍ତିରେ ଦେଶର ଅନେକ ଅଞ୍ଚଳରେ ରାଲିର ଆୟୋଜନ କରୁଛନ୍ତି।