୬ ଘଣ୍ଟା ପରେ ପ୍ୟାରିସ ସୁଡଙ୍ଗରୁ ବାହାରିଲେ ହାଇସ୍ପିଡ୍ ଟ୍ରେନର ଯାତ୍ରୀ, ଏସଏନସିଏଫ ହଟହଟା

Published By : Prameya-News7 Bureau | June 05, 2019 IST

ବିଦ୍ୟୁତ୍ କାଟ୍ ଯୋଗୁ ପ୍ୟାରିସ୍ ସୁଡଙ୍ଗରେ ମଙ୍ଗଳବାର ହାଇସ୍ପିଡ୍ ଟ୍ରେନ ପ୍ରାୟ ୬ ଘଣ୍ଟା ଅଟକି ରହିଥିଲା। ଫଳରେ ଯାତ୍ରୀଙ୍କୁ ଦୀର୍ଘସମୟ ଧରି ଶ୍ବଳ୍ପ ଆଲୋକ ଓ ଶୌଚାଳୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ସବୁଠୁ ବେଶି ହଟହଟା ହୋଇଥିଲେ ଫରାସୀ ରେଳ ଅପରେଟର ଏସଏନସିଏଫ। ସୁଡଙ୍ଗରେ ଫସି ରହିଥିବା ଟ୍ରେନକୁ ବାହାର କରିବା ପାଇଁ ପଠାଇଥିବା ଅନ୍ୟଏକ ଟ୍ରେନ ମଧ୍ୟ ଫସି ଯାଇଥିଲା।

{"id":119895}

ମାତ୍ର ୧୦ରୁ ୧୫ ମିନିଟ୍ ପାଇଁ ବିଦ୍ୟୁତ କଟିଥିଲା। ଏହି ସମୟରେ ହାଇସ୍ପିଡ ଟ୍ରେନ ପ୍ୟାରିସ ପ୍ରବେଶମାର୍ଗରେ ଥିବା ସୁଡଙ୍ଗ ଅତିକ୍ରମ କରୁଥିଲା। ତେବେ ବିଦ୍ୟୁତ କାଟ ଯୋଗୁ ଟ୍ରେନର ମୋଟର ପୁଣି  ଷ୍ଟାର୍ଟ ନ ହେବାରୁ ଯାତ୍ରୀଙ୍କ ସମେତ ରେଳ ଅପରେଟର ଅସୁବିଧାରେ ପଡିଯାଇଥିଲେ। ଉଦ୍ଧାରକାରୀ ଟ୍ରେନଟି ସୁଡଙ୍ଗରେ ଫସିଯିବାରୁ ଏସଏନସିଏଫ ହାତଟେକି ଦେଇଥିଲେ। ଏଣୁ ଯାତ୍ରୀଙ୍କୁ ସୁଡଙ୍ଗରୁ କାଢିବା ପାଇଁ ପୋଲିସ ଓ ଅଗ୍ନିସମ ବିଭାଗଙ୍କ ସହଯୋଗ ଲୋଡିଥିଲେ ଏସଏନସିଏଫ।

{"id":119896}

ଦୀର୍ଘ ଉଦ୍ୟମ ପରେ ସୁଡଙ୍ଗ ଭିତରେ ଟ୍ରେନରେ ଫସି ରହିଥିବା ରେଳଯାତ୍ରୀଙ୍କୁ ଜଣଜଣ କରି ସୁରକ୍ଷିତ ବାହାରକୁ ବାହାର କରିଥିଲେ। ତେବେ ଏଥି ପାଇଁ ଏସଏନସିଏଫଙ୍କୁ ରେଳଯାତ୍ରୀଙ୍କ ଅସନ୍ତୋଷର ଶରବ୍ୟ ହେବାକୁ ପଡିଥିଲା। ପ୍ୟାରିସ୍ ହାଇସ୍ପିଡ ଟ୍ରେନ ପ୍ରଥମ ଥର ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛି। ତେବେ ସୁଡଙ୍ଗ ଦେଇ ରେଳଯାତ୍ରା ପାଇଁ ଲୋକେ ଆତଙ୍କିତ ହୋଇପଡିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.