ଦିଲ୍ଲୀରୁ ଝାରସୁଗୁଡ଼ା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ, ହଟହଟା ହେଲେ ୧୪୦ରୁ ଅଧିକ ଯାତ୍ରୀ

Published By : Prameya-News7 Bureau | December 22, 2023 IST

ଝାରସୁଗୁଡ଼ା: ଦିଲ୍ଲୀରୁ ଝାରସୁଗୁଡ଼ା ଆସିବାକୁ ଥିବା ସ୍ପାଇସ ଜେଟ ବିମାନ ରଦ୍ଦ । ବିମାନ ରଦ୍ଦ କାରଣରୁ ପ୍ରାୟ ୧୪୦ରୁ ଅଧିକ ଯାତ୍ରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ସୂଚନା ଅନୁଯାୟୀ, ଦିଲ୍ଲୀରୁ ଝାରସୁଗୁଡ଼ା ଆସୁଥିବା ସ୍ପାଇସ ଜେଟ ବିମାନ ପାଇଁ ଦିନ ୧୨ଟାରୁ ଅପେକ୍ଷା କରିଥିଲେ ଯାତ୍ରୀ। କିନ୍ତୁ ବାରମ୍ବାର ସମୟ ନିର୍ଘଣ୍ଟ ବଦଳାଯାଇଥିଲା।

ଶେଷରେ ରାତି ୧୦ଟାରେ ବିମାନକୁ ବାତିଲ କରାଯାଇଥିଲା। ଫଳରେ ଯାତ୍ରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି। ଆଉ ଏହି ଯାତ୍ରୀମାନେ ହିଁ ଦିଲ୍ଲୀ ବିମାନବନ୍ଦରରେ ଅଟକି ରହିଛନ୍ତି ଯାତ୍ରୀ।

You Can Also Read: ବିମାନରେ ମାନବ ଚାଲାଣ ! ଫ୍ରାନ୍ସରେ ଅଟକିଲା ୩୦୦ ଭାରତୀୟ ଯାତ୍ରୀଙ୍କୁ ନେଇ ଯାଉଥିବା ଫ୍ଲାଇଟ୍‌

ଏହା ପୂର୍ବରୁ ମଧ୍ୟ ନଭେମ୍ବର ୧୦ ତାରିଖରେ ଦିଲ୍ଲୀ-ଝାରସୁଗୁଡ଼ା ବିମାନରେ ବୈଷୟିକ ତ୍ରୁଟି କାରଣରୁ ଅଧାରାସ୍ତାରୁ ଫେରିଥିଲା ସ୍ପାଇସଜେଟ୍‌ ବିମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.