ନେତାଜୀ ବସ୍ ଟର୍ମିନାଲରେ ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ, ୧୮ ଦିନ ପରେ ବି ମିଳିପାରିନି ସେବା
3/10/2023 at 5:44 PM

କଟକ ୦୩/୧୦: ଉଦ୍ଘାଟନର ୧୮ ଦିନ ପରେ ବି ମିଳିପାରିନି ମୌଳିକ ସୁବିଧା । କଳବଲ ହେଉଛନ୍ତି ଏଠାକୁ ଆସୁଥିବା । ଗୁହାରୀ କଲେ ବି ଶୁଣିବାକୁ କେହି ନାହିଁ । ସେପଟେ ସିଡିଏ ଉପାଧ୍ୟକ୍ଷ କହିଛନ୍ତି ଧିରେ ଧିରେ ହେବ ସବୁ ଵ୍ୟଵସ୍ଥା । ଉଦଘାଟନ ହେବାର ୧୮ଦିନ ବିତିଲାଣି । ଯାତ୍ରୀଙ୍କୁ ମିଳିପାରିନି ଜରୁରୀ ମୌଳିକ ସୁବିଧା ।
ନା କାମ କରୁଛି ଡିସ୍ପ୍ଲେ, ନା ଅଛି ବରିଷ୍ଠ ନାଗରିକଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା । ଏମିତିକି ଓଜନିଆ ଜିନିଷ ବୋହି ନେବାକୁ ଟ୍ରଲି ବି ନାହିଁ । ଯାତ୍ରୀ ଜାଣିପାରୁନାହାଁନ୍ତି କେଉଁଠୁ ଆସିବ କୁଆଡେ ଯିବ ବସ୍ । ଆହୁରି ବି ଯାତ୍ରୀଙ୍କ ପାଇଁ ନାହିଁ ଫାଷ୍ଟ ଏଡ୍ ଵ୍ୟଵସ୍ଥା । କାହାର କିଛି ଦୁର୍ଘଟଣା ଘଟିଲେ କଥା ସରିଲା । ଖୋଲିପାରିନି ଆବଶ୍ୟକୀୟ ଦୋକାନ ।
ଏଯାଏଁ ସରିନି ପ୍ରଥମ ମହଲାର ନିର୍ମାଣ କାମ । ଯେଉଁଠି ରହିଛି ଯାତ୍ରୀ ଵିଶ୍ରାମାଗାର, ଶୟନ କକ୍ଷ, ରେଷ୍ଟୁରାଣ୍ଟ ଓ ତା ଉପରେ ରୁଫ୍ ଟପ୍ ଗାର୍ଡେନ । ସେପଟେ ବସ୍ ଟର୍ମିନାଲରୁ ବସ୍ ଵାହାରି ଖାନନଗର ଟ୍ରାଫିକ ଛକ ଦେଇ ବାଦାମବାଡି ହେଇ ବାହାରୁଛି । କାରଣ ବସ୍ ବାହାରିବା ରାସ୍ତା ଓ ଖାନନଗରରେ ପ୍ରସ୍ତାବିତ ଗୋଲେଇ ଛକର କାମ ସରିନି । ତେଣୁ ବସ୍ ବାହାରିବା ରାସ୍ତାରେ ବରାବର ଟ୍ରାଫିକ ଜାମ୍ ଭଳି ସ୍ଥିତି ସୃଷ୍ଟି ହେଉଛି । ତେବେ ଖୁବ୍ ଶୀଘ୍ର କାମ ସରିଯିବ କହିଛନ୍ତି ସିଡିଏ ଉପାଧ୍ୟକ୍ଷ ।
you can laos read….