Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସାତପଡ଼ା ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଭସାପୋଲ, ଫସିଛନ୍ତି ୧୦୦ରୁ ଉର୍ଦ୍ଧ୍ଵ ଯାତ୍ରୀ

8/07/2022 at 7:59 PM

ଖୋର୍ଦ୍ଧା:  ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ-ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଜହ୍ନିକୁଦା-ସାତପଡ଼ା ଚିଲିକା ମଝିରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଭସାପୋଲ ଉପରେ  ଫସିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ଯାତ୍ରୀ। ଚିଲିକାରେ ପାଣି କମ ଥିବାରୁ ଜହ୍ନିକୁଦା ଘାଟ ଠାରୁ ମାତ୍ର ୩୦୦ ମିଟର ଦୂର ଚିଲିକା ମଝିରେ  ଯାତ୍ରୀବାହୀ ଭସାପୋଲ  ଫସିଥିବା ସୂଚନା ମିଳିଛି।

ଭସାପୋଲଟି ଜହ୍ନିକୁଦା ଘାଟଠାରୁ ଦୁଇଟି ବୋଲରୋ ଏବଂ ୨୦ଟି ବାଇକ ସହ ୧୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ନେଇ ସାତପଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଭସାପୋଲ ଚ୍ୟାନେଲ ବାହାରକୁ ଯିବା ଫଳରେ ଯାତ୍ରୀବାହୀ ଭସାପୋଲ ଫସି ରହିଛି।  ଚିଲିକା ମଝିରେ ଅଟକି ରହିଛି ଯାତ୍ରୀବାହୀ। ଖବର ପାଇ ସ୍ଥାନୀୟ ମସ୍ୟଜୀବୀ ଫସିଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ପାଇଁ ପହଂଚିଛନ୍ତି।

   Related Posts