ମଝି ଆକାଶରେ ଜନ୍ମ ହେଲା ଶିଶୁ, ଟୋକିଓରୁ ଦୁବାଇ ଯାତ୍ରା କରୁଥିଲେ ମହିଳା

Published By : Prameya-News7 Bureau | January 26, 2023 IST

ନୂଆଦିଲ୍ଳୀ, ୨୬/୦୧: ମଝି ଆକାଶରେ ଜନ୍ମ ହେଲା ଶିଶୁ । ଦୁବାଇର ଏକ ବିମାନରେ ଯାତ୍ରା କରୁଥିବା ସମୟରେ ସନ୍ତାନକୁ ମହିଳା ଯାତ୍ରୀ ଜନ୍ମ ଦେଇଛନ୍ତି ଏକ ଶିଶୁକୁ। ଟୋକିଓରୁ ଦୁବାଇ ଯାତ୍ରା କରୁଥିବା ଅନ୍ତର୍ଜାତୀୟ ବିମାନରେ ଜାନୁଆରୀ ୧୯ରେ ଏହି ଘଟଣା ଘଟିଥିଲା। ବିମାନ ଇକେ ୩୧୯ ରେ ବିମାନ ଟୋକିଓରୁ ଦୁବାଇ ଯାତ୍ରା କରୁଥିବା ସମୟରେ ଏଥି​ରେ ଥିବା ଜଣେ ମହିଳାଙ୍କୁ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତେବେ ବିମାନ କର୍ମଚାରୀ ଘଟଣାକୁ ସମ୍ଭାଳିଥିଲେ  ଏବଂ ବିମାନରେ ହିଁ ଜନ୍ମ ନେଇଥିଲା ନବଜାତ।

ଘଟଣାକୁ ନେଇ ଏମିରାତ୍ ବିମାନ କମ୍ପାନୀ ତରଫରୁ କୁହାଯାଇଛି ଯେ ବିମାନରେ  ଶିଶୁ ସୁସ୍ଥ ରହିଥିଲା ଏବଂ ଦୁବାଇ ପହଞ୍ଚିବା ପରେ ଏହି ତାଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେବି ଉଭୟ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି। ବିମାନ କମ୍ପାନୀ ପକ୍ଷରୁ କେବଳ ଗର୍ଭବସ୍ଥାର ସପ୍ତମ ମାସ ମଧ୍ୟରେ ବିମାନରେ ଯାତ୍ରା କରିବାକୁ ଦିଆଯାଇଥାଏ ତାହାବି ପୁଣି ଯଦି କୌଣସି ମେଡିକାଲ ଇମରଜେନ୍ସି ନଥାଏ।

ଏହା ପୂର୍ବରୁ ଗତ ବର୍ଷ ମେ ମାସରେ ମଧ୍ୟ ଜଣେ ମହିଳା ବିମାନରେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ଫ୍ରଣ୍ଟିଅର ଏୟାରଲାଇନ୍ସର ଏହି ବିମାନ ଡେନଭର ରୁ କୋଲୋରାଡୋ ଯାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.